Breaking News

ସତ୍ୟବାଦୀରେ ୭୧ତମ ବନମହୋତ୍ସବ ପାଳିତ

ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ନୋଡାଲ ହାଇସ୍କୁଲ ପରିସରରେ ୭୧ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଗତ ଫନି ବାତ୍ୟାରେ ବିଭିନ୍ନ ବୃକ୍ଷ ଭାଙ୍ଗି ଯାଇଛି । ଏହାକୁ ନଜର କରି  ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷ ସହିତ ଅନ୍ୟ ଗଛ ଚାରା ରୋପଣ କରାଯାଇଛି । ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ ୩୩ ନଂ ଜୋନର ଜିଲ୍ଲା ପରିଷଦସଭ୍ୟ ଧ୍ରୁବ ଚରଣ ଦାଶ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ରଜତ କୁମାର ମହାପାତ୍ର  ବନାଞ୍ଚଳ ବାଲୁଖଣ୍ଡ, ସତ୍ୟବାଦୀ ବନରକ୍ଷୀ ଗୀତାଞ୍ଜଳି ବେହେରା, ବସନ୍ତ କୁମାର ମିଶ୍ର ବିଦ୍ୟାଳୟର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଅନୁପମା ବାରୀକ ଓ ସ୍ୱେଚ୍ଛାସେବୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ସାମାଜିକ ଦୁରତା ରକ୍ଷା କରି ବୃକ୍ଷରୋପଣ କରାଯାଇଥିଲା ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts