Breaking News

ମହାମାରୀ କରୋନାରୁ ଡେଲାଙ୍ଗ ବ୍ଳକକୁ ରକ୍ଷା କରିବା ପାଇଁ ଜରୁରୀ କାଳୀନ ବୈଠକ ; ଦଶ ଦିନ ସଟଡାଉନ କରିବା ପାଇଁ ନିସ୍ପତି

 ଡେଲାଙ୍ଗ --- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଦ ଧରୁନାହିଁ । ଏହାକୁ ନଜର କରି ଡେଲାଙ୍ଗ ବ୍ଳକକୁ ମହାମାରୀ କରୋନାରୁ ରକ୍ଷା କରିବା ପାଇଁ  ଦଶଦିନ ପାଇଁ ସଟଡାଉନ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଡେଲାଙ୍ଗ ବ୍ଳକର ବିଭିନ୍ନ ବଜାର , ଛକ ମାନଙ୍କରେ ଲୋକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଉଛି । ଏପରିକି ଲୋକମାନେ କୋଭିଡ-୧୯ ଆଇନକୁ କେହି ମାନୁ ନାହାନ୍ତି । ବିଶେଷ କରି ପରିବା , ମାଛ, ମାସଂ, ପାନ, ଚା ଓ ଗୋସରୀ ଦେକାନୀ ମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କିମ୍ବା କେହି ମାସ୍କ ବ୍ୟବହାର କରୁନାହାନ୍ତି । ପ୍ରଶାସନ ପକ୍ଷରୁ ଅନେକ ଥର ଲୋକମାନଙ୍କୁ ସଚେତନତା କରାଇବା ସହ ଜୋରିମାନ ଆଦାୟ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପରିକି ରାଜ୍ୟ ସରକାର ଶନିବାର ଓ ରବିବାର ସଟଡାଉନକୁ ଡେଲାଙ୍ଗରେ କେହି ମାନୁ ନାହାନ୍ତି । ଅନ୍ୟ ପକ୍ଷେ ରାଜ୍ୟରେ କରୋନା ହୁ ହୁ ହୋଇ ବଡିବାରେ ଲାଗିଛି । ଲୋକମାନେ ସଚେତନତା ହେଉନାହାନ୍ତି । ଏହାକୁ ଲକ୍ଷ୍ୟ କରି ଡେଲାଙ୍ଗ ବ୍ଳକ ପରିସରରେ ଏକ ଜରୁରୀ ବୈଠକ ବିଡିଓ କ୍ଷୀରେଦ୍ର ପ୍ରଧାନଙ୍କ ନେତୃତ୍ୱରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତହସିଲଦାର ରାଜେନ୍ଦ୍ର ଆଚାରିଆ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ପୋଲିସ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ମହିଳା ଶିଶୁ ବିକାଶ ପ୍ରକଳ୍ପଙ୍କ ସହିତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।  ସେହିପରି ସକାଳ ୭ ଟାରୁ ୯ଟା ପର୍ଯ୍ୟନ୍ତ କେତେକ ଦେକାନ ବଜାର ଖୋଲାଯିବ । ଯେଉଁମାନେ ସାମାଜିକ ଦୂରତା ରକ୍ଷା କରି ନ ପାରିବେ ସେମାନଙ୍କ ଦେକାନ ସିଲ କରାଯିବା ପାଇଁ ମଧ୍ୟ ନିସ୍ପତି ନିଆଯାଇଥିବା ଡେଲାଙ୍ଗ ବିଡିଓ ଶ୍ରୀ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସୋନପତି 

Blog Archive

Popular Posts