Breaking News

ଶ୍ରାବଣ ମାସର ପ୍ରଥମ ସପ୍ତାହ ସରିଲା ବର୍ଷା ନାହିଁ ; କେନାଲରେ ଦଳ ଓ ଅନାବନା ଘାସରେ ପରିପୂର୍ଣ୍ଣ , ଚିନ୍ତାରେ ଚାଷୀ


ସାକ୍ଷୀଗୋପାଳ ------ ଶ୍ରାବଣ ମାସ ସରିଲା ମାତ୍ର ବର୍ଷାର ଦେଖା ନାହିଁ । ଅନ୍ୟ ପକ୍ଷେ କେନାଲରେ ପାଣି ନାହିଁ । କେନାଲରେ ଦଳ ସାଙ୍ଗକୁ ଅନାବନା ଗଛରେ ଜଙ୍ଗଲ ହୋଇ ପଡିିଛି । ଯାହାକୁ ନେଇ ଏବେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ସତ୍ୟବାଦୀ ବ୍ଳକରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏବେ ଚାଷ କାମ ଠପ ହୋଇଯାଇଛି ।   ଏ ବର୍ଷ କରୋନା ଯୋଗୁ ସବୁ ପଛେଇ ଯାଇଛି ବୋଲି ଚାଷୀ ମାନେ କହନ୍ତି ।  କେତେକ ଚାଷୀ ମାନେ ଖାଲ ବିଲରେ ଧାନ ବୁଣା ସାରିଥିବା  ବେଳେ କେତେକ ଚାଷୀ ଧାନତଳି ପକାଇଛନ୍ତି । ପାଣି ଅଭାବରୁ କେତେକ ଚାଷୀ ତଳି ପକାଇ ପାରୁନାହାନ୍ତି । ବିଲରେ ଏବେ ଗାଇ ଗୋରୁ ଚରୁଛନ୍ତି । କେତେକ ବିଲ ପଡିଆ ପଡିଛିି । ଅନ୍ୟପକ୍ଷେ ଚାଷୀ ଅଧିକ ଲାଭ ପାଇବା ପାଇଁ ଅଧିକ ଅମଳକ୍ଷମ ଧାନ ଚାଷ କରିଥାନ୍ତି । ମାତ୍ର ଏଥିପାଇଁ  ସମୟ ପାଖେଇ ଯାଉଛି । ଏହି ଧାନ ସଠିକ ସମୟ ଅନୁସାରେ ରୁଆ ନ ହେଲେ  ରୋଗପୋକ ଲାଗିବା ସହ ଅମଳ ନିଶ୍ଚିୟ କମିବ ବୋଲି କୃଷି ଅଧିକାରୀ ମାନେ କହନ୍ତି ।  ବର୍ଷା ନ ହେବାରୁ ଚାଷ କାର୍ଯ୍ୟ ଅଟକି ରହିଛି । ସେହିପରି ଚନ୍ଦନପୁର ବାଞ୍ଚ କେନାଲରେ ଏପର୍ଯ୍ୟନ୍ତ ପାଣି ନ ଆସିବାରୁ ଚାଷୀ ମାନେ ଚିନ୍ତାରେ ଏବେ ପଡିଛନ୍ତି ।  କେନାଲର ତଳ ମୁଣ୍ଡରେ ପାଣି ପହଞ୍ଚିବକି ନାହିଁ ତାହା ଏବେ ବଡ ସମସ୍ୟା ହୋଇ ପଡିଛି । ଉକ୍ତ କେନାଲରେ ଦଳ ଓ ଅନାବନା ଗଛଲତାରେ ପରିପୁୂର୍ଣ୍ଣ ହୋଇ ପଡିଛି ବୋଲି ଚାଷୀ ଲକ୍ଷ୍ମୀଧର ପଲେଇ, ରାଜ କିଶୋର ପ୍ରଧାନ ପ୍ରମୁଖ  ଅଭିଯୋଗ ଆଣିଛନ୍ତି ।  ଏ ସମ୍ପର୍କରେ ବଳଙ୍ଗା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ରାକେଣ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହନ୍ତି କଟକ ମୁଣ୍ଡଳି ଠାରୁ ୫ଶହ କ୍ୟୁସେକ ପାଣି ଛଡା ଯାଇଛି । ଖୁବଶିଘ୍ର  ଚନ୍ଦନପୁର ବାଞ୍ଚ କେନାଲରେ ପାଣି ଆସିବ ବୋଲି ଶ୍ରୀ ମଲ୍ଲିକ କହନ୍ତି ।  ସାକ୍ଷୀଗୋପାଳ
ଧୀରେନ୍ଦ୍ର ସେନାପତି 

Blog Archive

Popular Posts