Breaking News

ଅମାନିଆଙ୍କୁ ସାବଡ଼ କରିବ ପୋଲିସ



ଖୋର୍ଦ୍ଧା ----ସାରା ଦେଶରେ ମହାମାରୀ କରୋନା ପାଇଁ  କଟକଣା ଜାରି ରହିଛି।ଏହି  କଟକଣା ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ କରାଯାଇଛି। ସହରରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ଚାଲିଛି।ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୂର୍ବ ଭଳି  ସଟଡାଉନ କଟକଣା ବଳବତ୍ତର ରହିଛି।ଏପରିକି ଖୋର୍ଦ୍ଧା ଜିଲ୍ଲାରେ  ସଟଡାଉନ କଟକଣାକୁ  ଖୋର୍ଦ୍ଧା ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି ।  ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ବ୍ଲକିଙ୍ଗ କରାଯାଇଛି ।   ବିନା କାର୍ଯ୍ୟରେ ବୁଲୁଥିବା ଲୋକଙ୍କୁ ଯାଞ୍ଚ କରିବା ସହିତ କୋଭିଡ-୧୯ ଆଇନ ଉଲଂଘନ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା ପୋଲିସ ସଜାଗ ହୋଇଉଠିଛି। ତେବେ ଜିଲାରେ ଶନିବାର ଓ ରବିବାର  ଦୁଇ ଦିନିଆ ସଟଡାଉନକୁ ଭ୍ରୁକ୍ଷେପ ନକରି ଅମାନିଆ ମାନେ ସହରରେ ଯାନବାହନ ଧରି ଚକର କାଟୁଛନ୍ତି।ତେଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯିବା ସହିତ ବିନା କାର୍ଯ୍ୟରେ ବାହାରେ ନବୁଲିବା ପାଇଁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।ତେବେ ଆଇନକୁ କଡ଼ାକଡ଼ି କରିବା ପାଇଁ ସହରର ବିଭିନ୍ନ ଛକ, ଟ୍ରାଫିକ ପୋଷ୍ଟରେ ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଛି।ଏପରିକି ଜରିମାନା ମଧ୍ୟ ଆଦାୟ କରାଯାଉଛି।ଏହି କଟକଣା କୁ କଡ଼ାକଡ଼ି କରାଯିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

Blog Archive

Popular Posts