ବନ ବିଭାଗ ପକ୍ଷରୁ ୭୧ତମ ବନ ମହୋତ୍ସବୋ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପାହାଡ଼ ଶ୍ରୀଗିଡା ପଞ୍ଚାୟତ ରେଙ୍ଗାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବନ ବିଭାଗୀୟ ରେଞ୍ଜର ଉଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୭୧ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଭୋଇ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ବିଶ୍ୱାଳ ଉପସ୍ଥିତ ଥିଲେ।ଏହି ଅବସରରେ ଆଜି ସ୍କୁଲ ସାମ୍ନା ତଥା କେନାଲ କଡ଼ ଧୁଂରୁ କୁସୁମ କୁ ଯିବା ରାସ୍ତାରେ କିଛିଟା ଗଛ ଲଗାଇବା ସହ ଆସନ୍ତାକାଲି ଠାରୁ ଆରମ୍ଭ କରି ପ୍ରାୟ ପାଖାପାଖି ଏକ ହଜାର ଗଛ ଏନଆରଜିଏସ ଯୋଜନାରେ ଶ୍ରମିକ ମାନଙ୍କ ସାହାଯ୍ୟରେ ଚାରା ଲଗାଇବେ ବୋଲି ବନ ବିଭାଗ ପକ୍ଷରୁ ଜଣା ପଡ଼ିଛି।ସେହିପରି ଫରେଷ୍ଟର ଭୁବନେଶ୍ୱର ପାତ୍ର,ଫରେଷ୍ଟ ଗାର୍ଡ ରୋହିତ ବାଗ,ବଳଦେବ ନାଏକ,ଜୋସ୍ନାମୟୀ ବେହେରା ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..