ରାସନ ସାମଗ୍ରୀ ପହଞ୍ଚାଇ ସହଯୋଗର ହାତ ବଢାଇଛି କୋଶଲ୍ ରାଜ୍ୟ ସମନ୍ୱୟ ସମିତି
ବରଗଡ଼--- ପ୍ରଶାସନର ଅବହେଳା ଓ ଅପାରଗତାକୁ ନଜର କରି କୋଶଳ ରାଜ୍ୟ ସମନ୍ୱୟ ସମିତି, ବରଗଡ଼ଙ୍କ ଦ୍ୱାରା ସହଯୋଗର ହାତ ବଢ଼ାଇଛି । ସ୍ଥାନୀୟ ବରଗଡ଼ ଜିଲ୍ଲା କଁଟାପାଲି ଗ୍ରାମରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇଚାଲିଛି । ପ୍ରଶାସନର ଅବହେଳା ଯୋଗୁଁ ଲୋକଙ୍କ ଚଳିବା ମୁସ୍କିଲ ହୋଇ ପଡିଛି । ମହାମାରୀକୁ ସାମ୍ନା କରୁଥିବା ଲୋକଙ୍କ ପାଇଁ ଆବଶ୍ୟକ ମୁତାବକ ରାସନ ସାମଗ୍ରୀ ପହଞ୍ଚାଇ ସହଯୋଗର ହାତ ବଢାଇଛି କୋଶଲ୍ ରାଜ୍ୟ ସମନ୍ୱୟ ସମିତି। ଅସୁବିଧା ରେ ଥିବା ଲୋକଙ୍କ ପାଇଁ ୧୦ କ୍ୟୁଣ୍ଟାଲ ଚାଉଲ,୨ କୁଇଣ୍ଟାଲ ଡାଲି,୨ ବସ୍ତା ଲୁଣ ଦିଆ ଯାଇଛି।ଏହି ଅବସରରେ ଡକ୍ଟର ରାମକୃଷ୍ଣ ପୁରୋହିତ କୋଶଲ ଝଣ୍ଡା ଦେଖେଇ ରାସନ ସାମଗ୍ରୀ ଗାଡ଼ିକୁ ଉଦଘାଟନ କରିଥିଲେ। କେ ଏସ ସି ସି ର ଆବାହକ ସୁନୀଲ ପୁରୋହିତ,ସୁରେନ୍ଦ୍ର ପଣ୍ଡା,ପ୍ରମୋଦ ଝାଙ୍କର, କେଦାର ମିଶ୍ର,ଲିପସିତ ମିଶ୍ର,ଦୀପକ ରଥ,ଦୀପକ ରଞ୍ଜନ ଦାଶ ଗାଁକୁ ଯାଇ ରାସନ ସାମଗ୍ରୀ ଦେବା ସହ ଆଗକୁ ମଧ୍ୟ ସବୁବେଲେ ଏଥିରେ ଜଡିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ