ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଖୋର୍ଦ୍ଧା---- ଆଦର୍ଶ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ କୁ ଆଧାର କରି ଆଦର୍ଶ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।ତେବେ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ଫେରାର ହୋଇଯାଇଛି।ପୁଲିସ ସୂଚନା ଅନୁଯାୟୀ ଖୋର୍ଦ୍ଧା ଟାଉନ ଥାନା ଉପକଣ୍ଠରେ ଜଣେ ନାବାଳିକାକୁ ତାର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ତେବେ ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର