Breaking News

ଏପର୍ଯ୍ୟନ୍ତ ଜିଲ୍ଲାର ସହରାଞ୍ଚଳରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକାରୀ ହୋଇନାହିଁ

ଖୋର୍ଦ୍ଧା ---- ଜିଲାରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ସ୍ୱଚ୍ଛ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନା କାର୍ଯ୍ୟକାରୀ ହୋଇଛି। ତେଣୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ସଂକ୍ରମଣ ରୋଗର ଯାଞ୍ଚ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ମାସ ୧୬ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଜିଲ୍ଲାରେ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାର ସଦସ୍ୟଙ୍କ ସ୍ୱାସ୍ଥ ଓ ଗସ୍ତ ସଂପର୍କରେ ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟ କରୁଥିବା ବେଳେ ସହରରାଞ୍ଚଳରେ ଏପର୍ଯ୍ୟନ୍ତ ସ୍ୱଚ୍ଛ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନାହିଁ।ଫଳରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବର୍ତ୍ତମାନ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଵୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି। ତେବେ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ଏହି ଯୋଜନାକୁ ଯୁଦ୍ଧକାଳୀନ ଭିତ୍ତିରେ  କରିବା ପାଇଁ ସାଧାରଣରେ ଦାବି ହେଉଛି।ତେବେ ଏହି କାର୍ଯ୍ୟରେ ଅଙ୍ଗନବାଡି କର୍ମୀ,ସ୍ୱାସ୍ତ୍ୟ କର୍ମୀ ଓ ଏଏନଏମ ପ୍ରମୁଖ ସାମିଲ ହୋଇଛନ୍ତି। ସେମାନେ ଏହି ରିପୋର୍ଟ  ପ୍ରଦାନ କରିବା ପରେ  ସେଠାରୁ ଜିଲା ମୁଖ୍ୟ ଚିକିତ୍ସଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ତେଣୁ କରୋନା ଭଳି ମହାମାରୀ ଏଡ଼ାଇବା ପାଇଁ ସହରାଞ୍ଚଳରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନା ତୁରନ୍ତ ଆରମ୍ଭ କରିବା ପାଇଁ ସାଧାରଣରେ ଦାବି ହେଉଛି। ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

Blog Archive

Popular Posts