Breaking News

ଡେଲାଙ୍ଗ- ଖୋର୍ଦ୍ଧାରାସ୍ତାରେ ଗର୍ତ୍ତ , ବିଭାଗୀୟ ଅଧିକାରୀଙ୍କର ଚିନ୍ତା ନାହିଁ

ଡେଲାଙ୍ଗ ----- ପଟ୍ଟନାୟିକିଆ-ଡେଲାଙ୍ଗ-ଖୋର୍ଦ୍ଧା (ପିଡିକେ)ରାସ୍ତାଟି ପିପିଲି  ପୁର୍ତ୍ତ ବିଭାଗ ଅଧିନରେ ରହିଛି । ଏବେ ଏହି ରାସ୍ତାରେ କେଉଁଠି ଗାତ ହେଲାଣି କେଉଁଠି ସିମେଣ୍ଟ ଡଳେଇ ରାସ୍ତାରୁ ଗୋଡି ଉଠିଗଲାଣି । ଏହି ରାସ୍ତାଟି ଅଧିକାରୀ ଓ ରାଜନୈତିକ ନେତା ମାନଙ୍କୁ ପୋସିବା ପାଇଁ ରହିଛି । ପ୍ରତି ବର୍ଷ ଏହି ରାସ୍ତା ମରାମତି ବା ରାସ୍ତା କାମ କରାଯାଇଥାଏ । ଉକ୍ତ ବିଭାଗର ଜଣେ ଦକ୍ଷ ଜେଇ ଏଠାରେ ଅନେକ ଦିନ ରହିବା ପରେ ବଦଳି ହୋଇଥିଲେ । ମାତ୍ର ଦୁଇ ମାସ ଯାଇନି ପୁଣି ଏଠାରେ ଆସି ଯୋଗ ଦେଲେ । ଉକ୍ତ ଜେଇ ଯୋଗ ଦେବା ପରେ ଏହି ରାସ୍ତାରେ ପୁଣି କାମ ଆରମ୍ଭ ହୋଇଯାଇଛି । ଉକ୍ତ ରାସ୍ତାରେ ଦୈନଦିନ ଶତାଧିକ ଯାନବାହନ ଚଳପ୍ରଚଳ କରୁଥିାଏ । ଏହି ରାସ୍ତା ଦେଇ ଲୋକମାନେ କଣାସ, ନିରାକାରପୁର, ପିପିଲି, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଦାକୁ ଯିବା ଆସିବା କରିଥାନ୍ତି ।  ସୁଚନାଯୋଗ୍ୟ ଯେ ଡେଲାଙ୍ଗ ହାଟ ବଜାର ବା ଲୁଣା ସେତୁ ପ୍ରବେଶ ପଥରେ ରାସ୍ତା ମଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଏଥିଯୋଗୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟିଥାଏ ।  ଡେଲାଙ୍ଗ ହାଟବଜାର ନିକଟରେ ପ୍ରଭାହିତ ଲୁଣାନଦୀ ସେତୁର ପୁର୍ବ ପାର୍ଶ୍ୟ ପ୍ରବେଶ ପଥରେ ଖାଲଖମା ହୋଇ ବର୍ଷାଜଳ ଜମି ରହିଥିବାରୁ ପଥଚାରୀ,ବାଇକି ଆରୋହୀ ମାନେ ଅକଥନିୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସଂକ୍ର୍ରାନ୍ତରେ ପୁର୍ତ୍ତ ବିଭାଗ କର୍ତୁପକ୍ଷଙ୍କୁ ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତା ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଦେଖାଯାଇଛି । ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଡେଲାଙ୍ଗ କୋଠବାଡ ପଞ୍ଚାୟତ ପୁର୍ବତନ ସରପଞ୍ଚ ଦୃର୍ଗାଚରଣ ରାଉତରାୟ,ସିପିଆଇ(ଏମଏଲ) ରାଜ୍ୟ କାର୍ଯ୍ୟକାରିଣି ସଭ୍ୟ ଅଶୋକ ପ୍ରଧାନ ,ଡେଲାଙ୍ଗ ବ୍ଲକ ପୁର୍ବତନ ଉପାଧକ୍ଷ ଅଜୟ ରାଉତରାୟ,ବରିଷ୍ଠ ନାଗରିକ ତଥା ସମାଜସେବୀ ରାଜେନ୍ଦ୍ର ଦାଶ ପ୍ରମୁଖ ଦାବୀ କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts