ସମାଜ ସେବୀଙ୍କ ଦ୍ୱାରା ଲକ ଡାଉନ ସମୟରେ ଶୁଖିଲା ଖାଦ୍ୟ ବଣ୍ଟନ
କୁଜଙ୍ଗ---- - କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ସମାଗୋଳ ଗ୍ରାମର ଯୁବ ସମାଜସେବୀ ଅରୁପ୍ରସାଦ ମହାନ୍ତି ତାଙ୍କ ନିଜ ପ୍ରଚେଷ୍ଟାରେ ବୃଦ୍ଧ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପ୍ରକାଶ ଯେ କରୋନା ମହାମାରୀ ସମୟରେ କାମ ଧନ୍ଦା ନପାଇ ଆର୍ଥୀକ ଅନାଟନ ଦେଇ ଜୀବନ ଯାପନ କରୁଛନ୍ତି କିଛି ଗରିବ ପରିବାର । ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ପାଖରେ ଶୁଖିଲା ଖାଦ୍ୟ ଯଥା- ଚାଉଳ, ଡାଲି, ସୋରିଷ ତେଲ, ଲୁଣ ଏବଂ ସାବୁନ ପ୍ରଭୃତି ପ୍ୟାକେଟ୍ କରି ଏକ ଡାଲା ଅଟୋରେ ଦ୍ୱାର ଦ୍ୱାର ବୁଲି ପ୍ରଦାନ କରିଥିଲେ । ଏହି ଖବର ପାଇ କିଛି ଗଣ ମାଧ୍ୟମର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି କରୋନା ବିପତି ସମୟରେ ସମାଜ ସେବା ପାଇଁ କାହିଁକି ମନ ବଳାଇଲେ ବୋଲି ଯୁବ ସମାଜସେବୀ ଅରୁ ପ୍ରସାଦ ମହାନ୍ତିଙ୍କୁ ପ୍ରଶ୍ନ କରିବାରୁ ଶ୍ରୀ ମହାନ୍ତି କହିଥିଲେ ମାନବ ସେବା ହିଁ ମାଧବ ସେବା । ପାରାଦ୍ୱୀପର ବିଧାୟକ ସମ୍ବିତ୍ ରାଉତରାୟଙ୍କ ମାର୍ଗ ଦର୍ଶକ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ଏଭଳି ଜନ ସେବା ଭଳି ମହତ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି । କରୋନା କାଳରେ ତାଙ୍କର ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି ।