ଦୋଷ କରୁଛି କିଏସେ ଦଣ୍ଡ ପାଉଛନ୍ତି ଗ୍ରାମବାସୀ , ଅଟୋଚାଳକ
ସାକ୍ଷୀଗୋପାଳ ----ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଡିବାରେ ଲାଗିଛି । ସେ ତାର କାୟା ବିସ୍ତାର କରି ଚାଲିଛି । ବିଶେଷ କରି ପ୍ରଭାସୀ ମାନେ ରାଜ୍ୟ ଓ ରାଜ୍ୟ ବାହାରରୁ ଫେରିବା ପରେ ଏହି ମହାମାରୀ ରୋଗ ଏବେ ବଡିବାରେ ଲାଗିଛି । ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତରେ କରୋନାକୁ ନେଇ ବିଭିନ୍ନ ଆଇନ ପ୍ରଣୟନ କରାଯାଉଛି । ଏପରିକି ଦୋଷ କରୁଛି ପ୍ରଶାସନ ମାତ୍ର ଦଣ୍ଡ ପାଉଛନ୍ତି ସାଧାରଣ ଜନତା । ଯାହାକୁ ନେଇ ଲୋକମାନଙ୍କ ମଧ୍ୟମରେ ଅସନ୍ତୋଷ ପ୍ରକାଶ ପାଇଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତର ମାଳସାହି ସଂଗରୋଧ କେନ୍ଦ୍ରରେ ରାୟଖଣ୍ଡି ଗ୍ରାମ ପଞ୍ଚାୟତର ସୁଆଁଲେ ଗ୍ରାମର ସୁରାଟ ଫେରନ୍ତା ଆସି ରହିଥିଲେ । ତାଙ୍କର ସ୍ୱାବ ଟେଷ୍ଟ ରିର୍ପୋଟ ନ ଆସିବା ଆଗରୁ ବ୍ଳକ ପ୍ରଶାସନ ପକ୍ଷରୁ ତାଙ୍କୁ ଘରକୁ ପଠାଗଲା । ସୁଆଁଲ ଗ୍ରାମର ସନ୍ତୋଷ ବେହେରା ଅଟୋଚାଳକଙ୍କୁ ଉକ୍ତ ପରିବାର ଭଡାରେ ନେଇ ମାଳସାହି ସଂଗରୋଧ କେନ୍ଦ୍ରରୁ ସୁଆଁଲେ ଗ୍ରାମକୁ ଆଣିଥିଲେ । ଗ୍ରାମରେ ତାଙ୍କୁ ଛାଡି ଦେଇ ଅନ୍ୟ ଭଡାରେ ସେ ଯାଇଥିଲେ । ମାତ୍ର ସେହି ଦିନ ରାତିରେ ଉକ୍ତ ଯୁବକ ଜଣଙ୍କ କରୋନା ପଜେଟିଭ ବୋଲି ରିର୍ପୋଟ ଆସିଥିଲା । ସତ୍ୟବାଦୀ ପ୍ରଶାସନ ଓ ପୋଲିସ ରାତିରେ ଗ୍ରାମରେ ପହଞ୍ଚି ତାଙ୍କୁ କୋଭିଡ-୧୯ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେହିପିର ଅଟୋଚାଳକ ସନ୍ତୋଷ ଉପରେ ସତ୍ୟବାଦୀ ପ୍ରଶାସନ ଲାଗାଇଲା ରୋକ । ଅଟୋ ଛୁଇଁବାକୁ ମନା କରିବା ସହ ଉକ୍ତ ପରିବାରଙ୍କୁ ସାମାଜିକ ବାସନ୍ଦ ଘୋଷଣା କରିଦେଲେ । ଅର୍ଥାତ ଘରୁ ବାହାରକୁ ଯାଇ ପାରିବେ ନାହିଁ । କାହା ସହିତ ମିଳାମିଶା କରି ପାରିବେ ନାହିଁ ବୋଲି ରୋକ ଲଗାଇଥିଲେ । ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଉକ୍ତ ପରିବାରକୁ କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସନ୍ତୋଷ ପ୍ରଶାସନ ନିର୍ଦ୍ଦେଶକୁ ମାନି ରହିଲା ସତ । କେହି ପିଇବା ପାଇଁ ପାଣି ଦେଲେ ନାହିଁ ଶେଷରେ ସେମାନେ ଗଡିଆ ଚୁଆ ପାଣି ପିଉଛନ୍ତି । ସନ୍ତୋଷଙ୍କ ଉକ୍ତ ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ତାଙ୍କ ଉପରେ ୧୧ଜଣ ଛୋଟବଡ ପୁରୁଷ ମହିଳା ନିର୍ଭର କରନ୍ତି । ଏବେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଏହା ଜାଣି ପାରି ଗ୍ରାମର କ୍ଳବ ଓ ସ୍ୱେଚ୍ଚାସେବୀ ମାନେ ସନ୍ତୋଷଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଡାଇଛନ୍ତିି । ସନ୍ତୋଷ ଓ ତାଙ୍କ ପରିବାର ଏବେ ସାତଦିନ ନିଜ ଘରେ ସଂଗରୋଧ ରେ ସାତଦିନ ରହିଲେଣି ଆଉ କେତେଦିନ ରହିବେ ତାହା ଏବେ ଜଣାପଡିନାହିଁ । ଆଜି ସନ୍ତୋଷ ସାକ୍ଷୀଗୋପାଳ ମେଡିକାଲ ପାଖରେ ସ୍ୱାବ ଟେଷ୍ଟ ଦେଇଛନ୍ତି । ରିର୍ପୋଟ କେବେ ଆସିଲେ ସେ ଏ ବିପଦରୁ ମୁକୁଳିବେ ବୋଲି କହନ୍ତି । ସେହିପିର ଜୟପୁର ଗ୍ରାମ ପଞ୍ଚାତର ମହାମାୟାସାହି, ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମ ଏବେ ବି କଣ୍ଟେନମେଣ୍ଟ ଜୋନ ଭାବେ ରହିଛି । ଯଦି ପ୍ରଭାସୀ । ମାନଙ୍କ ସ୍ୱାବ ଟେଷ୍ଟ ରିର୍ପୋଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ସଂଗରୋଧ ଗୃହରେ ରଖାଯାଆନ୍ତା ତା ହେଲେ ଜଣଙ୍କ ପାଇଁ ସମସ୍ତ ଗ୍ରାମ ବାସୀ ମାନେ ବା ସନ୍ତୋଷ ପରି ପରିବାର ଏ ଦଣ୍ଡ ପାଅନ୍ତେ ନାହିଁ ବୋଲି ସ୍ଥାନୀୟ ବୁଦ୍ଧଜିବୀ ମାନେ କହିଛନ୍ତି । ଅନ୍ୟ ପକ୍ଷେ କରୋନାକୁ ନେଇ କେହି ରାଜନୈତିକ ନ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ ସରପଞ୍ଚ ମାନେ ରାଜନୀତି କରିବାକୁ ପଛାଉ ନାହାନ୍ତି ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି