ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ
ବରୀ--- ବରୀ ବ୍ଲକ ରତ୍ନଗିରି ଠାରେ ରତ୍ନଗିରି ଷ୍ଟେଟ୍ ବ୍ୟାଙ୍କର ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ରତ୍ନଗିରି ଷ୍ଟେଟ୍ ବ୍ୟାଙ୍କ ଶାଖାପରିଚାଳକ ପ୍ରଦିପ୍ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରରେ ଗ୍ରାହକ ମାନେ ନୂତନ ଖାତାଖୋଲି ପାରିବା ସହ ଏଟିଏମ୍ଡାର୍ଡ,ଆଧାର ଓ ସିଏ‘୍ଆଇ ନମ୍ବର ବ୍ୟବହାର କରି ଟଙ୍କା ଉଠାଣ କରିବା ସହିତ ଡିପୋଜିଟ୍ ମଧ୍ୟ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ସେଭ୍ର ଜିଲ୍ଲା ସଂଯୋଜକ ନିରଞ୍ଜନ ପାତ୍ର,ରତ୍ନଗିରି ସରପଞ୍ଚ ଅଶୋକ କୁମାର ଜେନା,ବିଶ୍ୱରଞ୍ଜନ ନାୟକ,କମଳାକାନ୍ତ ମହାନ୍ତି,ପ୍ରଭାତ କୁମାର ଦାସ,ରତିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା