Breaking News

ରକ୍ତଦାନ ଶିବିର ଅନୁଷ୍ଠିତ ୫୨ୟୁନିଟ ରକ୍ତ ସଂଗ୍ରହ

ଡେଲାଙ୍ଗ----ବିଶ୍ୱ ମହାମାରୀ କରୋନା ସମୟରେ ରାଜ୍ୟରେ ରକ୍ତଅଭାବ ଦେଖା ଯାଇଛି ।  ସହଜପୁର ପଞ୍ଚାୟତର ଯୁବଗୋଷ୍ଠି ମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ସୁହାଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସୁହାଗପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ପୁର୍ବତନ ସରପଞ୍ଚ କୃର୍ଷ୍ଣଚନ୍ଦ୍ର ବସ୍ତିଆ,ସମ୍ମାନିତ ଅତିଥି ସମାଜସେବୀ ପୁର୍ଣ୍ଣଚନ୍ଦ୍ର ମିଶ୍ର  ଯୋଗ ଦେଇ ରକ୍ତଦାନ ଶିବିରଟିକୁ ଉଦଘାଟନ କରିଥିଲେ ।ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପୁରୀ ବ୍ଲଡ ବ୍ୟାଙ୍କ ଡାକ୍ତର ଦିପକ ସାହୁ ଓ ତାଙ୍କ ସହଯୋଗି ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।  ଏହି ମହତ୍ୱ କାର୍ଯ୍ୟକ୍ରମ କୁ ସଂଯୋଜକ ପଦ୍ମଲୋଚନ ମହାପାତ୍ର ଓ ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  କିଶୋର ଚନ୍ଦ୍ର ମହାନ୍ତି,ଅମୁଲ୍ୟ କୁମାର ସାହୁ,ସିମାଞ୍ଚଳ ମହାପାତ୍ର,ମୋନାଲିସା ମହାପାତ୍ର ପ୍ରମୁଖ ସହେଯାଗ କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts