ଭୁଲ ଇଞ୍ଜେକସନ୍ ଓ ଚିକିତ୍ସାରେ ଅବହେଳା ଯୋଗୁ ମୋ ଭାଇର ମୃତ୍ୟୁ ; ଅଭିଯୋଗ ଆଣିଲେ ସରପଞ୍ଚଙ୍କ ସ୍ୱାମୀ
ସାକ୍ଷୀଗୋପାଳ ------ଭୁଲ ଇଞ୍ଜେକସନ ଓ ଚିକିତ୍ସାରେ ଅବହେଳା ଯୋଗୁ ମୋ ଭାଇର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ଭାଇ ନିରୁ ବେହେରା । ସୁଚନାଯୋଗ୍ୟଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗ୍ରାମର ଅଇଁଠା ବେହେରା ( ୬୦) ଗୁରୁବାର ସଂଧ୍ୟା ୭ ଟା ସମୟରେ ନିଜ ଘର ପିଣ୍ଡାରେ ବସିଥିଲେ । ସେ ସମୟରେ ଏକ ମୂଷାକୁ ନାଗସାପ ଗୋଡାଇଥିଲା । ମୂଷାଟି ଅଇଠାଁଙ୍କ ହାତ ଉପରେ ଡେଇଁକି ପଳାଇବା ସମୟରେ ସାପଟି ପିଛାକରି ଅଇଁଠାଙ୍କ ହାତ ଆଙ୍ଗୁଠିକୁ କାମୁଡି ଦେଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।ସେଠାରେ ଚିକିତ୍ସା କରାଯାଉଥିବା ସମୟରେ ରାତି ୧୧ଟା ସମୟରେ ତାଙ୍କ ମୁଣ୍ଡ କ’ଣ ହେଉଥିବା ସମ୍ପର୍କରେ ଡ୍ୟୁଟି କରୁଥିବା ଡାକ୍ତରଙ୍କୁ କୁହାଯାଇଥିଲା । ମାତ୍ର ସେ କହିଥିଲେ ତାଙ୍କୁ ନିଦ ଲାଗୁଛି ସେଥିପାଇଁ ମୁଣ୍ଡ କ’ଣ ହେଉଛି । ପରେ ପରେ ଡ୍ୟୁଟିରେ ଥିବା ନର୍ସ ଜରୁରୀ କାଳୀନ ଏସି ରୁମରେ ଶୋଇଥିଲେ । ସେମାନେ ବିରକ୍ତି ପ୍ରକାଶ କରିବା ସହ ଆମେ କଣ କରିବୁ ତମେ ଯାଅ ଡାକ୍ତରଙ୍କୁ ଡାକ ବୋଲି କହିଥିଲେ । ଡାକ୍ତରଙ୍କୁ ଡାକିବାରୁ ବହୁ ସମୟ ପରେ ସେ ଆସି ଏକ ଇଞ୍ଜେକସନ ଦେଇ ପୁରୀ ନେଇଯିବା ପାଇଁ କହିଥିଲେ । ମାତ୍ର ଆମ୍ବୁଲାନସରେ ମେଡିକାଲ ଡେଇଁବା ପରେ ପରେ ଭାଇର ମୃତ୍ୟୁ ହୋଇଗଲା ବୋଲି ମୃତକଙ୍କ ଭାଇ ନିରୁ ବେହେରା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସେ ଆଇନର ଆଶୟ୍ର ନେବେ ବୋଲି ଜଣାପଡିଛି । ଜଣେ ପଞ୍ଚାୟତ ପ୍ରତିନିଧଙ୍କ ଭାଇ ଯଦି ନିଜ ପଞ୍ଚାୟତରେ ଥିବା ମେଡିକାଲରେ ସଠିକ ଚିକିତ୍ସା ପାଉନାହିଁ ତା ହେଲେ ଅନ୍ୟ ଜନସାଧାରଣ କିପରି ଚିକିତ୍ସା ପାଉଥିବେ ତାହା ଅନୁମେୟ ବୋଲି ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି