Breaking News

କରୋନା ଯୋଗୁ ଫିକା ପଡିଲା ସ୍ନାନଯାତ୍ରା

ସାକ୍ଷୀଗୋପାଳ ------ ଶ୍ରୀ ଜଗନ୍ନାଥଙ୍କ ଅଜା ଭାବରେ ସତ୍ୟବାଦୀର ବକୁଳବନରେ ପୂଜାପାଉଥିବା  ସିଦ୍ଧବକୁଳ ଠାକୁର ବେଶ ଜଣାଶୁଣା । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି କରାଯିବା ପରେ ବାଳଭୋଗ କରାଯାଇଥିଲା । ସ୍ନାନ ମଣ୍ଡପ ପ୍ରତିଷ୍ଠା କରାଯିବା ପରେ ଠାକୁରଙ୍କର ଚକାଛଡା ଖେଚୁଡି ଲାଗି କରାଯାଇଥିଲା ।  ସେବାୟତ ସୋମନାଥ ମହାପାତ୍ର, ରାଧାନାଥ ମହାପାତ୍ର, କେଶବ ମହାପାତ୍ର, ବୃନ୍ଦାବନ ମହାପାତ୍ର ଠାକୁରଙ୍କୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ସେବାୟତ ସୋମନାଥ ମହାପାତ୍ର ସୁଗନ୍ଦିତ ଜଳରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ ପରେ ଟାହିଆ, ତୁଳସୀ ଫୁଲମାଳ ଲାଗି କରାଯାଇଥିଲା । ସ୍ନାନ ମଣ୍ଡପରେ ଠାକୁର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟାରେ ଆଳତୀ, ଧୂପ ରାତିରେ ବାଳଭୋଗ କରାଯିବା ପରେ ବିଳମ୍ବିତ ରାତିରେ ସେବାୟତ ମାନେ ଗୋଟି ପହଣ୍ଡି କରି ଅଣସର ଘରକୁ ବିଜେ କରାଇଥିଲେ ।  ସେହିପରି ଗବକୁଣ୍ଡ ସ୍ଥିତ ନୂଆନଇ କୂଳରେ ଗଡିଉଠିଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ  ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା କୂଅରୁ ଜଳ ଅଣାଯାଇ ସେଥିରେ କ୍ଷୀର, ମହୁ, କର୍ପୁର, ଅଗୁର, ଗୋଲାପଜଳ, ଚନ୍ଦନ, ଜାଇଫଳ ଆଦି ପକାଯାଇ ସୁଗନ୍ଦିତ ଜଳରେ ସେବାୟତ ମାନେ ମହାପ୍ରଭୁଙ୍କୁ ୧୦୮ ଗଡୁ ଜଳରେ ସ୍ନାନ କରାଯାଇଥିଲା  । ଏହାପରେ ବେଶ କରାଯାଇ ଯାତଭୋଗ ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ପାଇଁ ଦର୍ଶନର ସୁଯୋଗ ମିଳିଥିଲା । ସେହିପରି ଅନୁରୂପ ଭାବରେ ରାଇଚକ୍ରଧରପୁର ଶାସନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଓ ସାରଙ୍ଗଯୋଡି ମେଳଣ ପଡିଆରେ ଥିବା ପତିତପାବନ, କାଞ୍ଜିଆ ସ୍ଥିତ ବାଲିବାଟି ମଠ, ଶୁକଳ ପତିତପାବନ ପୀଠରେ ମଧ୍ୟ ସ୍ନାନ ଯାତ୍ରା ସମାପାନ ହୋଇଯାଇଛି ।  ମାତ୍ର କରୋନା ଯୋଗୁ ସବୁଠାରେ ଫିକା ପଡିଯାଇଛି । ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା । ସବୁଠାରେ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ବିଶେଷ ଭାବେ ଭକ୍ତଙ୍କର ଗହଳି ଚହଳି ନଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts