କରୋନା ସଚେତନତା କାର୍ଯ୍ୟକ୍ରମ
ବେଗୁନିଆ--- ବେଗୁନିଆ ବ୍ଲକ କୁଞୁରୀ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ମନୋରମା ସାହୁଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବିଭିନ୍ନ ସାହିରେ ବୁଲି ଲୋକମାନଙ୍କୁ କରୋନା ରୋଗରୁ ମୁକ୍ତି ପାଇବା ପାଇଁ ସାବୁନରେ ହାତ ଧୋଇବା,ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଆଦି ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । ଏଥିରେ ସମାଜସେବୀ ପଦ୍ମଲାଭ ସାହୁ ,ପିଇଓ ନୀଳକଣ୍ଠ ମାନସିଂହ, ୱାର୍ଡମେମ୍ବର,ଅଙ୍ଗନବାଡି ଓ ଆଶା କର୍ମୀ ସମେତ ସଚେତନ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା