Breaking News

ସତ୍ୟବାଦୀରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ସାକ୍ଷୀଗୋପାଳ----- ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୯୦ ତମ ଶ୍ରାଦ୍ଧୋତ୍ସବ ତାଙ୍କ ଦ୍ୱାରା ପ୍ରତିଷ୍ଠିତ  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ସେହିପରି  କର୍ମଭୁମି ସତ୍ୟବାଦୀରେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପକ୍ଷରୁ କାଦୁଆ ଆଶ୍ରମ ଓ ପୀରଗୋବିନ୍ଦପୁର ସ୍ଥିତ ଗ୍ରାମ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ପରିସର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, କରାଯାଇଥିଲା । ଏଥିରେ ରମାକାନ୍ତ ଦାସ, ସୁରେନ୍ଦ୍ର ନାଥ ପଣ୍ଡା, ଅନୁଷ୍ଠାନର ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ, କୋଷାଧ୍ୟକ୍ଷ ସଂଯୁକ୍ତା ପାହାନ୍ତାସିଂ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ପରିସରରେ ବଳମାଳୀ ବେହେରା, କିଶୋର ମହାପାତ୍ର, ଦେବତୀକ୍ତ ମିଶ୍ର, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ତୁଷାର ରଞ୍ଜନ ନାୟକ, ଅଶୋକ ବେହେରା, ଆଲୋକ ଖୁଣ୍ଟିଆ , ରମେଶ ବେହେରା, ଅମର ଶତପଥୀ ପ୍ରମୁଖ ଗୋପବନ୍ଧୁଙ୍କ ସମାଧିପୀଠରେ ପୁଷ୍ଠମାଲ୍ୟ ଦୀପ ପ୍ରଦାନ କରିଥିଲେ ।  ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ , ବିଭିନ୍ନ ବିଦ୍ୟାଳୟ ବେସରକାରୀ ଅନୁଷ୍ଠାନ ମାନଙ୍କ ସହ ଗବକୁଣ୍ଡ ଓ ସାରଙ୍ଗଯୋଡି ବଜାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts