ସାକ୍ଷୀଗୋପାଲ ନିଉଜ୍ ର ପ୍ରଭାବ, ଶୁଦ୍ଧି କ୍ରିୟା ପରେ ପିଲେ ହେବେ ଥଇଥାନ...
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ନିଲେଇ ପାଲି ଖଜୁର ଟିକ୍ରା ରେ ବାପା ମାଁ ଛେଉଣ୍ଡ ତିନି ପିଲାଙ୍କ ଖବର ଗତକାଲି ସାକ୍ଷୀଗୋପାଲ ନିଉଜ୍ ରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ହେଲ୍ପ ଏଭର ର ବୀଣାପାଣି ପଣ୍ଡାଙ୍କ ସହଯୋଗ କ୍ରମେ ସିଡବ୍ଲୁସି ଚେୟାରମେନ ସୁଜିତ ଦାଶଙ୍କ ନଜରକୁ ଆସିଥିଲା । ତାଙ୍କ ନିର୍ଦ୍ଦେଶରେ ବରଗଡ଼ ଚାଇଲ୍ଡ ଲାଇନ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନକୁ ତଦନ୍ତ ରିପୋର୍ଟ କରିବେ । ପାଖ ପଡୋଶୀ ଓ ପରିବାରର କହିବାନୁଯାୟୀ ଶୁଦ୍ଧିକ୍ରିୟା ୧୩ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୁନିକୁନି ପିଲାଙ୍କ ଥଇଥାନ କରିବାକୁ ନିଷ୍ପତ୍ତି ନେଇଥିବା ସିଡବ୍ଲୁସି ଚେୟାରମ୍ୟାନ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ନବୀନ ଦାଶଙ୍କ ରିପୋର୍ଟ