ପୋଷାକ ଦାନବାକ୍ସ ସ୍ଥାପିତ
ବରୀ - ବରୀ ମାଉଣ୍ଡ ମୁଖ୍ୟ ବଜାର ତଥା ତହସିଲ ଅଫିସ ସମ୍ମୁଖ ପାଚେରୀ କଡରେ ଆଶ୍ୱାସନ ପକ୍ଷରୁ ପୋଷାକ ଦାନବାକ୍ସ ମଙ୍ଗଳବାର ସ୍ଥାପିତ କରାଯାଇଛି ।ଏହି ପୋଷାକ ଦାନବାକ୍ସକୁ ଆନୁଷ୍ଠାନିକ ଭାବେ ରମ୍ପା ସରପଞ୍ଚ ବିଜୟ କିଶୋର ସାହାଣୀ ଉଦଘାଟନ କରିଛନ୍ତି । ପ୍ରକାଶ ଥାଉକି ଉକ୍ତ ପୋଷାକ ଦାନବାକ୍ସରେ ଯାହା ଆପଣଙ୍କ ପାଇଁ ଅଦରକାରୀ, ତାହା ଅନ୍ୟକାହା ପାଇଁ ନିହାତି ଦରକାରୀ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶ୍ୱସନାର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁବ୍ରତ କୁମାର ଜେନା,ସମ୍ପାଦକ ସତ୍ୟ ରଂଜନ କର, ଦୀପକ ଭରଦ୍ୱାଜ,ସାମ୍ବାଦିକ ହିମାଂଶୁ ଦାଶ, ସାମାଜିକ କର୍ମୀ ବାଞ୍ଛାନିଧି ସାହୁ ସହ ଆଶ୍ୱସନା ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା