Breaking News

ଭୁତ ଖାଇ ଗଲା ଖେଳପଡିଆ ପଇସା



 କନ୍ଧମାଳ----ଗ୍ରାମାଞ୍ଚଳର କ୍ରୀଡାର ବିକାଶ ଓ ଉତ୍ତମ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ପାଇଁ ନିର୍ମାଣ ହୋଇଛି ଖେଳପଡିଆ । ସେଥିପାଇଁ ରାଜ୍ୟ ସରକାର ଖର୍ଚ କରୁଛନ୍ତି ଲକ୍ଷ,ଲକ୍ଷ ଟଙ୍କା । କିନ୍ତୁ କିଛି ସରକାରୀ ବାବୁ ଓ କର୍ମଚାରିଙ୍କ ପାଇଁ ଗ୍ରାମାଞ୍ଚଳର କ୍ରୀଡାର ବିକାଶ ଓ କ୍ରୀଡାପ୍ରେମିଙ୍କ ଭାଗ୍ୟରେ ତାଲା ପଡିଥିବା ଦେଖିବାକୁ ମିଳିଛି ।ସରକାରୀ କର୍ମଚାରି ମାନଙ୍କ ପାଇଁ କ୍ରୀଡାବିତ ମାନେ ପ୍ରାକ୍ଟିସ କରିବାକୁ ନିର୍ମାଣ ହୋଇ ପାରୁନାହିଁ  ଖେଳପଡିଆ ଟିଏ । ଖେଳପଡିଆ ନାମରେ ଫଳକଟେ ନିର୍ମାଣ କରି ଲକ୍ଷ,ଲକ୍ଷ ଟଙ୍କା ହଡପ କରିଥାନ୍ତି ଏହି ବଡବାବୁ ଓ କର୍ମଚାରି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁଡ୍ରା ପଞ୍ଚାୟତର ଜାର୍ଗି ଗ୍ରାମରେ ।ଖବର ପ୍ରକାରେ ରାଜ୍ୟ ସରକାର ଗ୍ରାମାଞ୍ଚଳର କ୍ରୀଡାର ବିକାଶ ପାଇଁ  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାଲିଗୁଡା ବ୍ଳକ ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗ୍ରାମରେ ଏକ ଖେଳପଡିଆ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଏଥି ପାଇଁ ଅଟକଳ ମୂଲ୍ୟ ୫,୦୦,୦୦୦(ଲକ୍ଷ) ଟଙ୍କା ମଞ୍ଜୁରୀ ହୋଇଥିଲା ।ଏହା ୨୦୧୮ -୨୦୧୯ ମସିହାରେ ନିର୍ମାଣର ଶେଷ ତାରିଖ ରଖାଯାଇ ଥିବା ଫଳକରେ ଦର୍ଶାଯାଇଛି ।କିନ୍ତୁୁ ଫଳକରେ କାଯ୍ୟର କୋଡନଂ ଓ ହିତାଧିକାରିଙ୍କ ନାମ ଉଲେଖ କରାଯାଇ ନାହିଁ ।ଏ ବିଷୟରେ ଗ୍ରାମବାସିଙ୍କୁ ପଚାରିବାରୁ ଖେଳପଡିଆ କାମ ଆରମ୍ଭ ନହୋଇ କେବଳ ଫଳକ ନିର୍ମାଣ କରାଯାଇଥିବା ପ୍ରକାଶ କରିଛନ୍ତି ।ଏହି ଫଳକ ନିର୍ମାଣ ଏକ ବର୍ଷରୁ ଉଦ୍ଧ ହେବ ବୋଲି କହୁଥିବା ବେଳେ ଏଠାରେ କୈଣସି କାଯ୍ୟ ଆରମ୍ଭ ନ ହୋଇ କିଭଳି ଫଳକ ପୋତାଗଲା ବୋଲି ପ୍ରଶ୍ନ କରିଛନ୍ତି ଲୋକମାନେ ।ତେଣୁ ଖେଳପଡିଆ ନାମରେ ପାଞ୍ଚ ଲକ୍ଷ ଟଙ୍କା ଲୁଟ ହୋଇଥିବା ସେମାନେ ସଂନ୍ଦେହ କରିଛନ୍ତି ।ଏହି ବିଷୟରେ ସୁଡ୍ରା ପଞ୍ଚାୟତର ଜିଆରଏସ ତାପସ କୁମାର ସାହୁ ଓ ଭିଏଲଡ୍ଳ ଏବଂ ବିଭାଗିୟ ଜେଇ ମହୋଦୟଙ୍କୁ ପଚାରିଲେ ଖେଳପଡିଆ ଅର୍ଥ ରଖାଯାଇଛି ବୋଲି ବିଭ୍ରାନ୍ତ କର ଉତ୍ତର ମିଳୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।କିନ୍ତୁୁ ଏଠାରେ ଆମର ପ୍ରଶ୍ନ ଉଠେ ୨୦୧୮-୧୯ ମସିହାର ଖେଳପଡିଆ ପାଇଁ ଆସିଥିବା ଅର୍ଥ କୁଆଡେ ଗଲା ,ଯଦି ଫଳକ ମରାଗଲା କାମ ଆରମ୍ଭ ହେଲାନି କାହିଁକି,ଫଳକରେ କାଯ୍ୟର କୋଡନଂ ଓ ହିତାଧିକାରିଙ୍କ ନାମ ଲେଖାଯାଇନାହିଁ କାହିଁକି । ଏହି ଖେଳପଡିଆକୁ ଭୁତ ଖେଳପଡିଆ ନାମରେ ଟଙ୍କାକୁ ବ୍ଳକ ଅଧିକାରି ଓ ଜିଆରଏସ,ଭିଏଲଡ୍ଳ,ଜେଇ ମିଶି ଚଳୁ କରି ଦେଇନାହାଁନ୍ତିତ ଏହି ସବୁ ପ୍ରଶ୍ନ ଗ୍ରାମବାସୀ ମାନଙ୍କ ମନରେ  ଉଙ୍କି ମାରୁଛି ।ଏଭଳି ଭାବରେ ସୁଡ୍ରା ପଞ୍ଚାୟତରେ ଅନେକ କାମ କେବଳ ଫଳକରେ ସିମିତ ରହିଛି ।କେବଳ ମାଳମାଳ ଫଳକ ଦେଖିବାକୁ ମିଳୁଥିବା ବେଳେ ଫଳକ ପୋତି ଟଙ୍କା ଚଳୁ ହୋଇଯାଇଥିବା ଅଭିଯୋଗ ହୋଉଛି ।ଏହି ସବୁରି ତଦନ୍ତ ଜିଲ୍ଲା ପ୍ରଶାସନ ଉଚ୍ଚ  କତୃପକ୍ଷଙ୍କ ଦ୍ବାରା କଲେ ସତ୍ୟ ପଦାକୁ ଆସିବା ସହିତ ହଡପ କାରି ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜ ସେବି ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts