Breaking News

ମହାମାୟାସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ମହାମାୟା ସାହିର ସଂଗରୋଧ ଗୃହରୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏବଂ ସେ ଗ୍ରାମରେ ଭଜେି ଭାତ କରିବା ସହ. ଛୋଟ ପିଲାଙ୍କ ସହ ମିଶି କ୍ରିକେଟ ଖେଳିବା ସହ ଘର ପାଖ ଛେଶଟ ପିଲାଙ୍କୁ ଧରିବା ସହ ସେମାନଙ୍କୁ ଖୁସିରେ ଗେଲ କରିଥିବା ଜଣାପଡିଛି । ଅନ୍ୟ ପକ୍ଷେ ଗେଟ ବଜାରରେ ଥିବା ଚାଉମିନି ଓ ଗୁପୁଚୁପ ଦେକାନରେ ସାଙ୍ଗ ମାନଙ୍କ ସହ ମିଳିମିଶି ଖାଇଥିବାର ଜଣାପଡିଛି । ଯୁବକ ଜଣଙ୍କ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ତାଙ୍କୁ  କୋଭିଡ- ୧୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଆଜି ସାକାଳେ ବିଡିଓ ସରୋଜ କୁମାର ଦତ୍ତ, ତହସିଲଦାର କସ୍ତୁରୀ ପ୍ରଧାନ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଉକ୍ତ ଗ୍ରାମକୁ ଗସ୍ତ କରି ସମସ୍ତେ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷେ  ସ୍ଥାନୀୟ ସରପଞ୍ଚ ବିଶ୍ୱଜିତି ମହାପାତ୍ର ମହାମାୟା ସାହିର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଭାବେ ସାତ ଦିନ ପାଇଁ ଘୋଷଣା କରିଛନ୍ତି । ୨୭ ଜଣଙ୍କ ସହିତ ସେ ମିଳାମିଶା କରିଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି । ତୁରନ୍ତ ଏହି ୨୭ ଜଣଙ୍କର ସ୍ୱାବ ଟେଷ୍ଟ କରିବା ପାଇଁ ସରପଞ୍ଚ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts