Breaking News

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ମୋବାଇଲି ହେଲା କାଳ

 ବରୀ -----ଗୁରୁବାର ବରୀ ଅରଙ୍ଗାବାଦ ଗ୍ରାମର ଯୁବକ ଉମେଶ ବେହେରା(୩୬)ଙ୍କର ପାରଦ୍ୱୀପ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ  ମୃତ୍ୟୁ ଘଟିଛି । ଯାହାକୁ ନେଇ ବରୀ ଅଂଚଳରେ ଗଭିର ଶୋକ ର ଛାୟା ଖେଳି ଯାଇଛିି । ଘଟଣାରୁ ପ୍ରକାଶ ଯେ ମୃତ ଉମେଶ ଆଜି ବଡି ସକାଳୁ ବରୀରୁ ପାରାଦ୍ୱୀପ ନିଜ ବାଇକରେ ଯାଇଥିଲେ । ପାରାଦ୍ୱୀପ ବଜାର ଉପରେ ଛିଡାହୋଇ ମୋବାଇଲରେ କାହା ସହିତ କଥା ହେଉଥିଲାବେଳେ ଏକ ଦୃତଗାମୀ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେବାରୁ  ଘଟଣା ସ୍ଥଳରେ ତାଙ୍କର  ମୃତ୍ୟୁ ହୋଇଥିଲା । ଖବର ପାଇ ବରୀରୁ ତାଙ୍କ ପରିବାର ଲୋକ ଓ ସାଂଗସାଥୀ ପାରାଦ୍ୱୀପ ଯାଇ ତାଙ୍କ ମୃତ ଦେହକୁ ଆଣିଥିଲେ । ମୃତ ଉମେଶ ଜଣେ  ମେଳାପି ଯୁବକ ଥିଲେ  । ପ୍ରକାଶ ଥାଉକି ମୃତ ଉମେଶଙ୍କ ଧର୍ମ ପନ୍ଥୀ  ସହିତ ଏକ ମାତ୍ର  କନ୍ୟା ଅଛି । କନ୍ୟା ସନ୍ତାନ ରହିଥିଲା ବେଳେ ପତ୍ନୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃତ ଉମେଶଙ୍କର ଶବ ବ୍ୟବଛେଦ  ପରେ ଶୋକାତୁର ପରିବାର ବର୍ଗ ସାଙ୍ଗସାଥି ବନ୍ଧୁବାନ୍ଧବ ପୂନ୍ୟତ୍ରେୟା  ବୈତରଣୀ କୂଳରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରିଥିବା ଜଣାପଡିଛି ।
ବରୀରୁ  -ଦର୍ଶନ ବେହେରାଙ୍କ ରିପୋର୍ଟ
D behera
Bari

Blog Archive

Popular Posts