କୀଟନାଶକ ବ୍ୟବହାର ବେଳେ ନିଜ ଦେହ ପାଇଁ ସଚେତନତା
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ଭାର୍ଗବୀ ନଦୀ କୂଳରେ କୃଷି ବିଭାଗ ପକ୍ଷରୁ କୀଟ ନାଶକ ବ୍ୟବହାର କରିବା ସମୟରେ ନିଜର ନିରାପଦ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାଯର ବେହେରା, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ ଓ ସତ୍ୟବାଦୀ ବ୍ଳକର ସହକାରୀ କୃଷି ଅଧିକାରୀ ସନ୍ତା ସୁଚରିତା ମିଶ୍ର ଓ ସରପଞ୍ଚ ତ୍ରିପାଥ ମହାପାତ୍ରଙ୍କ ସହିତ ଅନେକ ଚାଷୀ ଯୋଗଦେଇଥିଲେ । ବିଶେଷ କରି ଏହି କୀଟନାଶକ ସିଞ୍ଚନ କରିବା ସମୟରେ ନିଜ ଦେହରେ ଯେପରି ନ ପଡେ ସେଥିପ୍ରତି ସଜାଗ ରହିବାକୁ ଚାଷୀ ମାନଙ୍କୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ଦିଆଯାଇଥିଲା । ସେହିପରି ପରଜାପଡାରେ ମଧ୍ୟ ଅନୁପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି