Breaking News

ବଳପୁର ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ଗ୍ରାମ୍ୟ ସଭା

 D Senapati
Sakhigopal 
 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କରେ ଗ୍ରାମ୍ୟସଭା ହରିସହଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର ଏହି ଗ୍ରାମ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ  ।  ଏହି ଯୋଜନାରେ ପଞ୍ଚାୟତରେ ବିଭିନ୍ନ  କାର୍ଯ୍ୟ କରିବା ପାଇଁ ତାଲିକା ପ୍ରସ୍ତୁତି କରାଯାଇଥିଲା । ଏହା ସହିତ ୱାର୍ଡ ସଭ୍ୟସଭ୍ୟା ମାନେ ସେମାନଙ୍କ ୱାର୍ଡରେ କେଉଁ କେଉଁ କାମ କରାଯିବ ତାହା ତାଲିକା କରାଯାଇଥିଲା  । ଏଥିରେ ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଜିଆରଏସ ସନ୍ତୋଷ କୁମାର ମିଶ୍ର ,ଜିଓଟେକ  ସବିତା ପ୍ରଧାନ, ନ୍ୟାୟବ ସରପଞ୍ଚ ମନ୍ଦାକିନି ବେହେରା ୱାର୍ଡ ସଭ୍ୟ ରୂପରାଜ ବେହେରା, ରବି ସ୍ୱାଇଁ, ବୁଦ୍ଧି ସାହାଣି, ବୁଲୁ ନାୟକ ପ୍ରମୁଖ ଯୋଗଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts