ସ୍ୱାଧୀନତାର ୭୨ ବର୍ଷ ପରେ ବିଅତବିରାବ୍ଲକ ଲରମ୍ଭା ପଞ୍ଚାୟତ ମାଳି ପଡାରେ ଏବେ ବି ଡିବିରି ଆଲୁଅ
ବରଗଡ଼ ---- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା ତିଆରି ଚାଲିଛି । ଏହା କେତେଦୂର ସଫଳ ହୋଇଛି ତାହା କେବଳ ସରକାରୀ ବାବୁ ମାନେ କହି ପାରିବେ । ସରକାର ଚାରିଆଡେ ଘର ଘର ବିଜୁଳି ଓଡ଼ିଶା ଗଲାଣି ବଦଳିର ବ୍ୟାନର ପୋଷ୍ଟର ଲଗାଇ ଚାରିଆଡ଼େ ଡିଣ୍ଡିମ ବାଡଉ ଥିବାବେଳେ ସ୍ୱାଧୀନତାର ୭୨ ବର୍ଷ ପରେ ବି ଅନ୍ଧାରରେ ଲୋକେ ଅଛନ୍ତି । ଯାହା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତବିରାବ୍ଲକ ଲରମ୍ଭା ପଞ୍ଚାୟତ ମାଳି ପଡାରେ ଏବେ ବି ଡିବିରି ଆଲୁଅ ରେ ଦିନ କାଟୁଛନ୍ତି ।ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ବ ହେବ ଖୁଣ୍ଟ ପୋତାଯାଇଛି,କେବୁଲ ଟଣା ହେଇଛି,ମିଟର ବୋର୍ଡ଼ ମଧ୍ୟ ପିଟିଦିଆଯାଇଛି ହେଲେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଇନାହିଁ ବୋଲି ଲୋକମାନେ ଅଭିଯୋଗ କରନ୍ତି।ସୂଚନାଯୋଗ୍ୟ ଯେ ବରଗଡ଼ଜିଲ୍ଲା ୧୧୭୭ ଟି ଗାଁ କୁ ଦିନଦୟାଲ,ଆଇପି ଡିଏସ୍ ଓ ସୌଭାଗ୍ୟ ସ୍କିମରେ୧୫୭କୋଟି ଟଙ୍କା ବିଦ୍ୟୁତର ଉନ୍ନତି ଓ ନବୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନରୁ ଖର୍ଚ୍ଚ ହେଉଛି ।ସତ ହେଲେ ତାହା କେଉଁଠି ଖର୍ଚ୍ଚ ହେଉଛି ଯାହା କେବଳ ସରକାର ଓ ସରକାରୀ ବାବୁ ମାନଙ୍କୁ ଜଣା ବୋଲି ଲୋକେ କହନ୍ତି। ଏହି ମାଳି ପଡାରେ ୫୦ ପରିବାରର ପ୍ରାୟ ୧୫୦ ରୁ ଉର୍ଦ୍ବ ଲୋକେ ବସବାସ କରୁଥିବାବେଳେ ନାହିଁ ନଥିବାର ଅସୁବିଧାର ସମ୍ବୁଖିନ ହେଉଛନ୍ତି। ରାତି କଣ ଦିନରେ ବି ଅନ୍ଧାର ଘୋଟି ଯାଉଛି। ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ତଥା ଆଦିବାସୀ ଜନବହୁଳ ହୋଇଥିବାବେଳେ ଘରକୁ ସାପ ତଥା ବିଷଧର ଜୀଵ ପଶି ଆସୁଛନ୍ତି। ଭୋଟ୍ ବେଳକୁ ନେତା ମାନେ ଆସିଥାନ୍ତି , ଏବେ ହେଇଯିବ , ଆଠ ଦିନ ଲାଗିବ,୧୫ ଦିନ ଲାଗିବ ବୋଲି କହିଦେଇ ଭୋଟ୍ ସରିଗଲେ ସେ ତାଙ୍କ ବାଟରେ ରହନ୍ତି । ଏବେ ଭୋଟ ସରିବାର ଅନେକ ଦିନ ବିତିଯାଇଥିଲେ ସୁଦ୍ଧା କାହାରି ଦେଖାନାହିଁ ଓ ଯାହା ଲଗେଇ ଥିଲେ ତାହା ଅଳିଆ ଆବର୍ଜନା ହେଇ ପଡିରହିଛି। ତେବେ ଖୁଣ୍ଟ ପୋତି,କେବୁଲ ଟାଣି,ମିଟର ବୋର୍ଡ ପିଟି ଆଜି ପର୍ଯ୍ୟନ୍ତ କାହା ସ୍ୱାର୍ଥରେ ଆମକୁ ବିଦ୍ୟୁତ ସଂଯୋଗ ଦିଆଯାଉନାହିଁ ତାହା ଭଗବାନଙ୍କୁ ଜଣା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି
।ଏନେଇ ବାରମ୍ବାର ଜନ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ଆମକୁ ଯଦି ବିଦ୍ୟୁତ ସଂଯୋଗ ଦେବାର ନଥିଲା ତେବେ ଏଇ କୋଟି କୋଟି ଟଙ୍କା କାହା ପାଇଁ ବୋଲି ଲୋକେ ଅଭିଯୋଗ କରନ୍ତି।ତେବେ ଦେଖିବାକୁ ବାକି ରହିଲା ଯେ ସରକାର ନିରୀହ ଗରିବ ଖଟିଖିଆ ମାନଙ୍କୁ କେବେ ଦୃଷ୍ଟି ଗୋଚରକୁ ଆଣିବେ। ଏସମ୍ପର୍କରେ ବିଦ୍ୟୁତ ବିଭାଗର ଲରମ୍ଭା ଜେଇ ସାହୁ ମହାଶୟଙ୍କ ଅଫିସକୁ ମଧ୍ୟ ଯାଇଥିଲୁ ହେଲେ ଅଫିସ ବନ୍ଦ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରି ନଥିଲା।ତେବେ ଦେଖିବାକୁ ବାକି ରହିଲା ଯେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାର ଏଇ ନିରୀହ ଖଟିଖିଆ ମାନଙ୍କୁ କେବେ ଦୃଷ୍ଟି ଗୋଚରକୁ ଆଣୁଛନ୍ତି। ତୁରନ୍ତ ଜିଲ୍ଲାପାଳ ଏଦିଗ ପ୍ରତିନଜର ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ