Breaking News

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

 ବରଗଡ଼------    ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟସ୍ଥ  ଗୋଡ଼ଭଗା କୁମ୍ଭାର ପଡାର କରୁଣା ରଣା ୨୫ ବର୍ଷୀୟ ଯୁବକକୁ ମରଣାତ୍ମକ ଆକ୍ରମଣ ହୋଇଥିବାର ପୋଲିସ ସୂତ୍ରରୁ  ଜଣା ପଡ଼ିଛି।ସୂଚନା ଯୋଗ୍ୟ ଯେ ୱେଲଡିଂ କାର୍ଯ୍ୟ କରୁଥିବା କରୁଣା ରଣା (୨୫ବର୍ଷ) ଓ ତରଣୀ ବାଗ ଦି ଜଣ ଏଣେତେଣେ ଠିକା ନେଇ ୱେଡିଙ୍ଗ କାର୍ଯ୍ୟ କରିଥାନ୍ତି । ଆଜି ସକାଳୁ କାମ ନହେବାରୁ କରୁଣା ଫେରି ଆସି ଚକୁଳି ଫାର୍ମ ନିକଟରେ ଥିବା ହରିଜନ ପଡାରେ ଥିବା ଚିନ୍ତାମଣି ବାଗଙ୍କ ଘରକୁ କରୁଣା  ଯାଇଥିଲା। ସେ ସମୟରେ ଘରେ ଥିବା ଚିନ୍ତାମଣି ଓ କରୁଣାଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ପାଟିତୁଣ୍ଡ ହୋଇଥିଲା । ଶେଷରେ ଏକ ମୂନିଆ ଅସ୍ତ୍ର ସାହାଯ୍ୟରେ କରୁଣାକୁ ଗୋଡ଼ାଇ ଗୋଡ଼ାଇ ଚିନ୍ତାମଣି ମାରି ନିକଟରେ ଥିବା ବିଲରେ ଛାଡି ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ କରୁଣାକୁ ସ୍ଥାନୀୟ ଲୋକେ ଦେଖି 108 ଆମ୍ବୁଲାନ୍ସ ଡାକିବା ସହ ଅତାବିରା ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ମର୍ମାହତ କରୁଣାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ଡାକ୍ତରଖାନାକୁ ପଠାଇ ତାର ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ ।  ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅତାବିରା ପୋଲିସ ତଦନ୍ତ ଜାରି ରଖିଛି। 
           ସେହିପରି ପୋଲିସ ପ୍ରଶାସନ ର ଅବହେଳା ଯୋଗୁଁ ଅଞ୍ଚଳରେ ଖୁଲେ ଆମରେ ମଦ, କୋରସ୍କ,ନିଶା ବଟିକା ବିକ୍ରି ସହ ସଟା ଜୁଆ ଖେଳ ମଧ୍ୟ ତାର କାୟା ବିସ୍ତାର କରିଚାଲିଛି ।  ଅଞ୍ଚଳକୁ ବରବାଦ କରିସାରିଲେଣି ମାଫିଆ ମାନେ ।  ସେମାନେ ମାଲାମାଲ ହେଉଥିବା ବେଳେ ଯୁବ ପିଢ଼ି,ସ୍କୁଲ ପିଲା,ନିରୀହ ଖଟିଖିଆ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ଖାଲି ସେତିକି ନୁହେଁ ଅଞ୍ଚଳରେ ନିଶା ଓ ଜୁଆ କାରବାର ଯୋଗୁଁ  ଅସାମାଜିକ କାର୍ଯ୍ୟକଳାପ , ଚୋରି  ବୃଦ୍ଧି ପାଇ ଚାଲିଛି । ପ୍ରଶାସନର ଅଡୁଆଳରେ ରାଜରାସ୍ତାରେ ମଦ ବିକ୍ରି,ଦିନ ଦ୍ବୀପହରେ ଚୋରି ଡକାୟତି,ଲୁଟ ମାର,ଜାନି ଯାତ୍ରାରେ ଜୁଆ ଖେଳ,ବେକରୁ ସୁନା ଚେନ ଲୁଟ ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ ଘଟଣା ଘଟି ଯାଇଛି । ପୋଲିସ ଆଜି ପର୍ଯ୍ୟନ୍ତ ଗୋଟିଏ କେସର ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରି ନାହିଁ । ପୋଲିସର ହାତ ଖାଲି କରି ବସିଛି ।  ତେବେ ପୋଲିସ ପ୍ରଶାସନର କେବେ ନିଦ ଭାଙ୍ଗିବ ନା ପଙ୍ଗୁ ହୋଇ ଏମିତି ଦେଖି ନଦେଖିବାର ବାହାନା କରିବ ତାହା ଦେଖିବାକୁ ବାକି ରହିଲା।   
 D das
baragrah
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts