Breaking News

ସାକ୍ଷୀଗୋପାଳରେ ଡେଙ୍ଗୁ ରୋଗୀ ଚିହ୍ନଟ

ସାକ୍ଷୀଗୋପଳ---- ।ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ପ୍ରଧାନ ସାହିର ରବିନ୍ଦ୍ର ନାୟକଙ୍କ ଝିଅ ରଶ୍ମିତା ନାୟକ (୬) ଡେଙ୍ଗୁରୋଗୀ ଭାବେ ଚିହ୍ନଟ ହୋଇଛି ।  ରଶ୍ମିତାକୁ ବାରମ୍ବାର ଜ୍ୱର,ହେବା ପରେ ଘର ଲୋକମାନେ ଆଖ ପାଖ ଦେକାନରୁ ଔଷଧ ଦେଇଥିଲେ  । ମାତ୍ର ଜ୍ୱର ନ ଛାଡିବାରୁ ଘର ଲୋକମାନେ ସାକ୍ଷୀଗୋପାଳ ମେଡିକାଲକୁ ନେଇଥିଲେ  । ସେଠାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ଜ୍ୱର ଛାଡି ଯାଇ ପୁର୍ନବାର ଜ୍ୱର ହୋଇଥିଲା  । ଶେଷରେ ପରିବାର ଲୋକମାନେ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ  । ସେଠାରେ ତାଙ୍କର ବିଭିନ୍ନ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ରୋଗୀ ବୋଲି ଜିହ୍ନଟ ହେବା ପରେ ତାଙ୍କୁ ତୁରନ୍ତ କଟକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ସୁଚନାଯୋଗ୍ୟ ଯେ ସେହି ପାଖରେ ଅଳଗୁମ ମେଡିକାଲ ରହିଛି  । ସେମାନଙ୍କ ପାଖରେ ଡେଙ୍ଗୁରୋଗୀ ସମ୍ପର୍କରେ  କୌଣସି ସୁଚନା ନାହିଁ  । ଏହି ଅଳ୍ପଦିନ ତଳେ ଡେଙ୍ଗୁ ରୋଗି ସମ୍ପର୍କରେ ସଚେତନତା ପାଇଁ ହଜାର ହଜାର ଟଙ୍କା କେବଳ କାଗଜ ପତ୍ରରେ ଦର୍ଶାଯାଇଛି ବୋଲି ଲୋକମାନେ କହନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସଫଳତା ଅଳଗୁମ ମେଡିକାଲରେ କହିଲେ ଅତ୍ୟୁକ୍ତି ହେବ ନାହିଁ  । ଏଠାରେ ଜନ ସମ୍ପସାରଣ ଅଧିକାରୀଣିଙ୍କୁ କେହି କେବେ ଦେଖନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏ ଦିଗପ୍ରତି ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ନିଶ୍ଚିତ ଡେଙ୍ଗୁରୋଗିଙ୍କ ସଂଖ୍ୟା ଏଠାରେ ବଡିବ ବୋଲି ଗ୍ରାମବାସୀ ମାନେ କହନ୍ତି । ତୁରନ୍ତ ଏକ ସରକାରୀ ଡାକ୍ତରଦଳ ପଠାଇ ଡେଙ୍ଗୁ ପରୀକ୍ଷା କରିବା ପାଇଁ  ଜିଲ୍ଲାପାଳ ନଜର ଦେବାକୁ ଗ୍ରାମବାସୀଙ୍କ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts