ବୁଲବୁଲ ପବନ ଚାଷୀଙ୍କର ମେରୁଦଣ୍ଡ ଦେହଲାଇ ଦେଲା
![]() |
Sakhigopal |
ଏବେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଚିଲା ଧାନ, ଥୋଡୁଅ ଧାନ ସବୁ ପାଣିରେ ପଡି ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ କହନ୍ତି । ବିଶେଷ କରି ସତ୍ୟବାଦୀ ବ୍ଳକର ବଳପୁର ମୌଜାର ବଳପୁର, ଆନନ୍ଦପୁର, କୁସୁମେଶ୍ୱର, ଫୁଲମୁହଁ, ବିଜିପୁର ମୌଜାର ଧୋଇଆ ଗହିର, ସୁଆଣ୍ଡୋର ବଣିଆ କିଆରୀ, ବିଶ୍ୱନାଥପୁରର ବାସୁଦେଇପୁର, ସାରଙ୍ଗଯୋଡି ର ବଁପାଳ , ଅଳଗୁମ ର ବଉଳସାହି, ବାଟୁଳିପଡା, ଖଣ୍ଡାୟତସାହି, ମାଳିସାହି, ସମେଶ୍ୱରପୁର, ଦନେଇବାଙ୍କ, ନରେନ୍ଦ୍ରପୁର, ଘାସିଭବାନିପୁର, ମଧୁବନ, ଶ୍ରୀରାମଚନ୍ଦ୍ରପୁର, ବାଲିଉଚ୍ଚ, କୋଠରାଙ୍ଗ, ଗାଁକୁଣ୍ଡ, ଦେଉଳି, ଦଳଗହିର, କାମଖାଲ, ଖାଡଙ୍ଗାଉପର, ଦଶମାଣ, ନରକୋଳି ଘୋରଡା, ଅଳସା, ଜୟପୁର, କାଞ୍ଜିଆ, ବାସୁକେରା,ନୁଆସମେଶ୍ୱରପୁର, ବଡପୋଖରୀ, ଗାହାରାବିଲ, ଆଦି ଗହିର ମାନଙ୍କରେ ଧାନ ଫସଲ ନଷ୍ଟ ହେବାଇଥିବା ଜଣାପଡିଛି । ତୁରନ୍ତ ସଠିକ ଅନୁଧ୍ୟାନ କରି ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବା ପାଇଁ ବିଭିନ୍ନ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି