 |
Add caption |
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ଗତିଶ୍ୱର ଦେବଙ୍କ ମନ୍ଦିର ପରିସରରେ ସାତଦିନ ଧରି ବିଶ୍ୱଶାନ୍ତି ମହାରୁଦ୍ରାଭିଷେକ ଯଜ୍ଞ ଅନୁଷ୍ଠିତ ହେଉଛି । କାତ୍ତିକ ମାସ ଅଁଳାନବମୀ ଠାରୁ ଆରମ୍ଭ ହୋଇ ପୁର୍ଣ୍ଣିମା ଦିନ ଯଜ୍ଞର ପୂର୍ଣ୍ଣାହୂତି ହେବ ବୋଲି ରୁଦ୍ରାଭିଷେକ ପରିଷଦର ସମ୍ପାଦକ ଉପେନ୍ଦ୍ର ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ପ୍ରତେକ ଦିନ ସକାଳୁ ଗ୍ରାମର ଯୁବକ ମାନଙ୍କୁ ନେଇ ବିଭିନ୍ନ ଗ୍ରାମ୍ୟ ରାସ୍ତା , ପୋଖରୀ ତୁଟ , ମଠ, ମନ୍ଦିର ଆଦି ସଫେଇ କରାଯାଇଛି । ଯୋଗ ଗୁରୁ ନିରଞ୍ଜନ ପାଣ୍ଡେଙ୍କ ତତ୍ୱବଧାନରେ ପ୍ରତିଦିନ ଯୋଗ ଶିକ୍ଷା ଦିଆଯାଉଛି । ଅଳଗୁମର ବଡପୋଖରୀରୁ ୪୭ ଜଣ ପୁରୁଷ ମହିଳା ଘଟ ବୁଡାଇଥିଲେ । ପ୍ରତ୍ୟହ ନାମସଂକୀର୍ତ୍ତନ, ସୂର୍ଯ୍ୟପୂଜା, ଗୋପୂଜା, ରୁଦ୍ରାଭିଷେକ ଯଜ୍ଞ, ଆଳତି କରାଯାଉଛି । ମୁଖ୍ୟ ପୁରୋହିତ ଭାବେ ଘନେଶ୍ୱର ତ୍ରିପାଠୀଙ୍କ ସହିତ ତାଙ୍କ ସହଯୋଗୀ ମାନେ ଯଜ୍ଞ କାର୍ଯ୍ୟରେ ସହଯୋଗ କରୁଛନ୍ତି । କର୍ତ୍ତା ଭାବେ ପ୍ରଦୀପ କୁମାର ପଣ୍ଡା, କର୍ତ୍ତୀ ଭାବେ ସୁକାନ୍ତି ପଣ୍ଡା ରହିଛନ୍ତି । , ଡ. ଯୋଗେନ୍ଦ୍ର ନାୟକ, କାମଦେବ ଜେନା, ଅଜୟ ବିଶ୍ୱାଳ, ଅମିନ ପ୍ରଧାନ, ଗଙ୍ଗାଧର ବରାଳ, ରଞ୍ଜନ କାଣ୍ଡି, ରବିନ୍ଦ୍ର ସାହୁ, ବଳରାମ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି । ପ୍ରତେକ ଦିନ ସଂଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଓଡଶୀ, ମରାଠୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଉଛି ବୋଲି ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି