Breaking News

ମନ୍ଦିର ପ୍ରତିଷ୍ଠା ଓ ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଗ୍ରାମ ପଞ୍ଚାୟତର ସେବତୀପୁର ପଶ୍ଚିମପାରି ଗ୍ରାମରେ ତିନିଦିନ ଧରି ପ୍ରଥମ ବାର୍ଷିକ ମହାଯଜ୍ଞ ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଗ୍ରାମର ପ୍ରସିଦ୍ଧ ଶଙ୍କିପୀଠ ମା ହରଚଣ୍ଡୀ  ଓ ହେଙ୍ଗୁଳା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସହିତ ମହାଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  ।  ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନାଙ୍କ ସହିତ ପ୍ରମୁଖ ଯୋଗଦେଇଥିଲେ  । ବୁଧବାର ଦିନ ଅଙ୍କୁରାରୋପଣ, ଗୁରୁବାର ଜଳଯାତ୍ରା, ସୂର୍ଯ୍ୟପୂଜା, ଶାଳାମଣ୍ଡପ ପୂଜା , ମନ୍ଦିର ସ୍ନା, ଦେବତା ସ୍ନାନ, ମନ୍ଦିର ପ୍ରତିଷ୍ଠା କରାଯାଇଥିଲା  । ଶୁକ୍ରବାର ଦିନ ଠାକୁରାଣୀ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୂତି ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ , ବେଦ, ଗୀତା ପାଠ କରାଯାଇ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା  । ଯଜ୍ଞରେ କର୍ତ୍ତା ଭାବେ ଦଇତାରୀ ଦଳେଇ ଓ କର୍ତ୍ତୀ ଭାବେ ଭବାନୀ ଦଳାଇ କାର୍ଯ୍ୟସମାପନ୍ନ କରିଥିଲେ  । ଏହି ଅବସରରେ ଗ୍ରାମର ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା  । ପୂର୍ଣ୍ଣାହୂତି ଦେଖିବା ପାଇଁ ଆଖପାଖ ଅଞ୍ଚଳର ମହିଳା ପୁରଷ ମାନେ ଜମା ହୋଇଥିଲେ  । ରାର୍ତିରେ ସମୂହ ପ୍ରସାଦ ସେବନର ଗ୍ରାମବାସୀଙ୍କ ଦ୍ୱାରା ଆୋଜନ କରାଯାଇଥିଲା  । ହଜାରରୁ ଅଧିକ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ  । ଗ୍ରାମର ଯୁବକ ମାନେ ସମ୍ପର୍ଣ୍ଣ ସହଯୋଗ କରିଥିଲେ  ।
ଡେଲାଙ୍ଗ ଧୀରେନ୍ଦ୍ର ସେନାପତ

Blog Archive

Popular Posts