ବୀରରାମଚନ୍ଦ୍ରପୁର ସରପଞ୍ଚ ପାଇଁ ଉପନିର୍ବାଚନ; ବିଜେଡିର କର୍ମୀ ବୈଠକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କର ଅକାଳ ମୃତ୍ୟୁ ପରେ ସରପଞ୍ଚ ପଦବୀ ଖାଲି ପଡିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ପଞ୍ଚାୟତରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପକାଶ ପାଇବା ସହ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ଏପରିକି ଜଣେ ପ୍ରାର୍ଥୀ ନିଶ୍ଚିତ ବିଜୟୀ ହେବେ ବୋଲି ଯୋର କରି କହୁଛନ୍ତି । ଏହି ପଦବୀଟି ବିଧାୟକଙ୍କ ପାଇଁ ଏକ ବଡ ଚାଲେଞ୍ଜ ହୋଇ ପଡିଛି । ଏହି ପଞ୍ଚାୟତର ସମିତିସଭ୍ୟା ବର୍ତ୍ତମାନ ବ୍ଳକ ଅଧ୍ୟକ୍ଷା ପଦବୀରେ ଅଛନ୍ତି । ଏହାକୁ ନଜର କରି ବିଜେଡି ଦଳର କିଛି ସରପଞ୍ଚ ଓ ସମିତିସଭ୍ୟସଭ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିପିର ଅପରାହ୍ନରେ ଚଣ୍ଡୀ ମନ୍ଦିର ଠାରେ ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ମହିଳା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ଓ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ଏହି ବୈଠକରେ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି