ସାକ୍ଷୀଗୋପାଳ ସିଂହଦ୍ଵାର ସମ୍ମୁଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ । ମା ଶ୍ରୀ ରାଧାଙ୍କର ଜନ୍ମୋତ୍ସବ ଅବସରରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସିଂହଦ୍ଵାର ଭଜନ କମିଟି ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବିଶ୍ବନାଥ ସେଠୀ, ଶିଳ୍ପୀ ଗୁରୁ ନିଳମଣି ଜେନା ଓ ଶିକ୍ଷକ ଦୁଖିଶ୍ୟାମ ମଲିକ ଚିତ୍ରାଙ୍କନ ପ୍ରତିଯୋଗିତା ଉଦ୍ଘାଘାଟନ କରିଥିଲେ । ଆଠ ପାଖ ବିଦ୍ୟାଳୟ ର ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଲୋକ ଖୁଣ୍ଟିଆ ।