Breaking News

ରାଷ୍ଟୀୟ ପୋଷଣ ମାସ ପାଳନ ଓ ସଚେତନତା ର‌୍ୟାଲି


 D c Swain
kusnaprasada news
କୃଷ୍ଣପ୍ରସାଦ---- ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଦିବସ ଶେଷ ହୋଇଯାଇଛି । ଏହି ଅବସରରେ ସିଡିପିଓ ମନୋରମା ଦେବୀଙ୍କ ନେତୃତ୍ୱରେ ଏକ ସଚେତନତା ର‌୍ୟାଲି ବାହାରିଥିଲା  । ଏଥିରେ ବ୍ଳକର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଯୋଗଦେଇଥିଲେ  । ହାତରେ ବିଭିନ୍ନ ଲେଖା ଥିବା ସ୍ଳେଗାନ ଦେଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା  । ଏହି ଅବସରରେ ସିଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା  । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ପଞ୍ଚାୟତ ସମିତିର ଉପାଧ୍ୟକ୍ଷପ୍ରଫୁଲ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଗୋମୁଣ୍ଡିଆ ପଞ୍ଚାୟତର ସମିତିସଭ୍ୟ ବିଜୟ କୁମାର ତରେଇ, ତିତିପି ପଞ୍ଚାୟତର ସମିତିସଭ୍ୟ ମନୋଜ କୁମାର ସାହୁ , ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି ଦିବସ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ଅର୍ଥାତ ଆଜି ହେଉଛି ଶେଷ ଦିବସ । ଏହି ଦିନ ଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ମା ଓ ଯୁବତୀ, ମାନଙ୍କୁ ପୁଷ୍ଟିକର ଖାଦ୍ୟ ସମ୍ପର୍କେ ସଚେତନତା କରାଯାଇଥିଲା  । କାର୍ଯ୍ୟାଳୟର ସୁପରଭାଇଜର ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।

କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁଙ୍କ ରିର୍ପୋଟ

Blog Archive

Popular Posts