 |
kushnaprasada News |
କୃଷ୍ଣପ୍ରସାଦ -- ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ଥାନା ତରଫରୁ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷ୍ଣପ୍ରସାଦ ଥାନା ଆଇଆଇସି ଅଭିମନ୍ୟୁ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଥାନା ପରିସର ଓ ପାଚେରୀ କୁ ଲାଗି ରାସ୍ତା ପାଶ୍ୱର୍ରେ ଥିବା ଅନାବନା ଗଛକୁ ଥାନାର ସମସ୍ତ କର୍ମଚାରୀ ମାନେ ମିଶିକି ସଫା କରିଥିଲେ । ରାସ୍ତା ସଫା ସୁତରା କରିବା ସହିତ ବ୍ଳିଚିଂ ପାଉଡର ମଧ୍ୟ ପକାଯାଇଥିଲା । ଏଏସଆଇ ଯୁଗଳ କିଶୋର ଜେନା,ଗଫର ଶାହା,ରମେଶ ଚନ୍ଦ୍ର ବାଲମୁଚ୍ ଙ୍କ ନେତୃତ୍ୱରେ ଥାନା କର୍ମଚାରୀ ମାନେ ଅଳିଆ ଆବର୍ଜନା ପଡି ରହିଥିବା ଅଂଚଳକୁ ସଫା ସୁତରା କରିଥିଲେ । ଥାନା ଆଇଆଇସି ଅଭିମନ୍ୟୁ ନାୟକ ଥାନାର ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କୁ ଥାନା ପରିସର ସଫା ସୁତରା ରଖିବା ପାଇଁ ଅନୁରୋଧ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଥାନା ହାବିଲଦାର ଗଦାଧର ମଲିକ,କନେଷ୍ଟବଳ ଦୂର୍ଯୋଧନ ଦାସ,ଜଶିମ୍ ଖାଁ,ମାନସ ରଞନ ନାୟକ,କାହ୍ନୁ ଚରଣ ସାହୁ,ଗ୍ରାମରକ୍ଷୀ ଦୁର୍ଗା ଚରଣ ସେଠୀ ସମେତ ଓଏସଏପି ଜବାନ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ଥାନା କର୍ମଚାରୀ ମାନଙ୍କୁ ନେଇ ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କୃଷ୍ଣପ୍ରସାଦରୁ ଦୁର୍ଗା ପ୍ରସାଦ ସ୍ୱାଇଁ