Breaking News

ବିଜେପୁର ଉପନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ କଲେ ତିନି ଦଳୀୟ ପ୍ରାର୍ଥୀ


 ବରଗଡ଼ ------   ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିଲା ।  ତିନି ଦଳର ପ୍ରାର୍ଥୀ-ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।    କ୍ରମାନ୍ଵୟରେ ତିନି ଦଳ ତଥା କଂଗ୍ରେସରୁ ଦିଲ୍ଲୀପ କୁମାର ପଣ୍ଡା,ବିଜେଡିରୁ ରିତା ସାହୁ ଓ ବିଜେପିରୁ ସନତ ଗଡ଼ତିଆ ନିଜ ନିଜ  ସମର୍ଥନଙ୍କ ସହ ଶୋଭଯାତ୍ରାରେ ଆସି ରିଟର୍ଣ୍ଣିଂଅଫିସର ତଥା ଉପଜିଲ୍ଲାପାଳଙ୍କ ନିକଟରେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ତାରିଖରେ ବିଜେପୁର ଉପ ନିର୍ବାଚନର ଭୋଟ୍ ଗ୍ରହଣ ହେବ। ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୨୦୧୯ ନିର୍ବାଚନରେ ବିଜେପୁର ଓ ହିଂଜିଲି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଥିଲେ।ଏଣୁ ଏଠାରେ ଉପନିର୍ବାଚନ କରାଯାଉଛି।ତେବେ ତ୍ରିମୁଖୀ ଲଢେ଼ଇ ରେ କିଏ ବାଜିମାତ୍ କରିବ ଦେଖିବାକୁ ବାକି ରହିଲା। 

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts