|
konark News |
କୋଣାର୍କ----- - ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାଶର ପରିକଳ୍ପନା ପ୍ରକାଶ ପାଇଛି । ଏକ ମାସ ଧରି ସୂର୍ଯ୍ୟ ମନ୍ଦିରର ଚତୃପାଶ୍ୱର୍ ଓ ରାମଚଣ୍ଡୀଙ୍କ ପୀଠ ଠାରୁ ମା’ ଭଗବତୀଙ୍କ ପୀଠ ପର୍ଯ୍ୟନ୍ତ ୧୦୦ଟି ସ୍ଥାନରେ ଓଡିଶାର ପାରମ୍ପାରିକ ଲୋକକଳା ପ୍ରଦର୍ଶିତ ହେବ । ଏଥିପାଇଁ ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ମାନେ କୋଣାର୍କ ଆସି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବଙ୍କ ସୂଚନାନୁଯାୟୀ ଆସନ୍ତା ଡିସେମ୍ବର ମାସର ଶେଷ ସପ୍ତାହ ନଚେତ ଜାନୁୟାରୀ ମାସର ପ୍ରଥମ ସପ୍ତାହରୁ ଏକ ମାସ ଧରି ସୂର୍ଯ୍ୟମନ୍ଦିର ସମ୍ମୁଖ, ହେଲିପ୍ୟାଡ, ଚନ୍ଦ୍ରଭାଗା, ରାମଚଣ୍ଡୀ ପୀଠ ସମେତ ୧୦୦ଟି ସ୍ଥାନରେ ଟେଣ୍ଟ କରାଯାଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ଏତଦ ବ୍ୟତିତ ଏହି ସ୍ଥାନ ମାନଙ୍କରେ ପର୍ଯ୍ୟଟକଙ୍କ ରାତ୍ରରହଣୀ ପାଇଁ ଅତ୍ୟାଧୁନିକ ଅସ୍ଥାୟୀ ଟେଣ୍ଟ, ଫୁଡ ପାର୍କ, ଓଡିଶାର କଳାକୃତି ହସ୍ତଶିଳ୍ପ ପ୍ରଦର୍ଶନୀ ଷ୍ଟଲ, ସୂରକ୍ଷା ବ୍ୟବସ୍ଥା ସମେତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଓଡିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯିବା । ଏଥଇପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ ଆରମ୍ଭ କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ