 |
puri news |
ପୁରୀ--- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟି ହାଉସ ବେଳାଭୂମି ରେ ବିଶ୍ଵ ହାର୍ଟ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି । ସେ ପୁରୀ ଲାଇଟ୍ ହାଉସ ବେଳାଭୂମି ରେ ୧୫ ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ଏକ ହାର୍ଟ ଏବଂ ସାରା ବିଶ୍ବର ଚିତ୍ରଣ କରି ସଚେତନତାର ବାର୍ତା ଦେଇଛନ୍ତି। ସମସ୍ତେ ନିଜ ହାର୍ଟ ପ୍ରତି ଯତ୍ନବାନ ହୁଅନ୍ତୁ । ତା'ର ସୁରକ୍ଷା କରି ଏକ ସୁସ୍ଥ ଜୀବନଯାପନ କରନ୍ତୁ। ଏକ ବାଲୁକା କଳା ମାଧ୍ୟମରେ ସାରା ବିଶ୍ବକୁ ସଚେତନତାର ସହ ୪ ଟି ଜିନିଷ ରୁ ନିବୃତ ରହିବା ପାଇଁ ଜନ ସମାଜକୁ ଆହ୍ୱାନ କରିଛନ୍ତି। ଅନ୍ହେଲଦି ଡାଇଟି ଗ୍ରହଣ କରନ୍ତୁ ନାହିଁ,ତବାକୁ ଓ ମଦ୍ୟପାନ ବ୍ୟବହାର କରନ୍ତୁ ନାହିଁ ଏବଂ Lack of Physical Activity ଦ୍ବାରା ହାର୍ଟ ଡିଜିଜ୍ ହୋଇପାରେ । ଏହି ସବୁ ଜିନିଷକୁ ଜଗନ୍ତୃ ଏବଂ ନିଜର ହାର୍ଟ କୁ ସୁସ୍ଥ ରଖିବା ସହିତ ନିଜେ ସୁସ୍ଥ ରହନ୍ତୁ। ସେ ୧୫ ଫୁଟ ଓସାର ବିଶିଷ୍ଟ ହେଲଦି ହାର୍ଟର ଚିତ୍ରଣ କରିଛନ୍ତି। ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ତାଙ୍କୁ ୫ ଘଂଟା ସମୟ ଲାଗିଥିଲା। ଏଥିରେ ୧୫ ଟନ ବାଲି ଉପଯୋଗ କରିଛନ୍ତି ।