Breaking News

ସ୍ୱଚ୍ଛତାକୁ ନେଇ ମହା ସପ୍ତାହ ପାଳନ,

   ବରଗଡ଼------      ସବରଗଡ଼ ଜିଲ୍ଲା ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ । ଏନଏସି ଗଠନକୁ ଦୀର୍ଘ ୭ ବର୍ଷ ବିତିଯାଇଛି। ହେଲେ ସ୍ଵଚ୍ଛ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି। ଯାହା ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ପକ୍ଷ ପାଳନ କରିବା ସହ ଦୀର୍ଘ ଗୋଟିଏ ବର୍ଷରୁ ଉର୍ଦ୍ଧ୍ବ ହେବ ଆମ ସହର ଆମ ଦାଇତ୍ୱ କମିଟି ତଥା ଅଞ୍ଚଳବାସୀମାନଙ୍କ ପାଇଁଙ୍କ ସୁସ୍ଥ ସୁନ୍ଦର ପରିବେଶ ଗଠନ କରି ଗଢି ତୋଳିବାରେ ଅଣ୍ଟା ଭିଡି ମଇଦାନକୁ ଓଲ୍ହାଇଛି। ଯାହା ଆଜି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ନିଆରା ଢଙ୍ଗରେ ମହାସଫେଇ ଉତ୍ସବକୁ ପାଳିତ କରାଯାଇଛି । ଏହି ଅବସରରେ ଆମସହର ଦାଇତ୍ୱଆମର  କମିଟି ଆହ୍ୱାନରେ ସ୍କୁଲର ଛାତ୍ର ଛାତ୍ରୀ ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ କ୍ରମେ ପ୍ରଥମେ ଲୋକଙ୍କୁ ସଚେତନ କରିବା ଉଦ୍ଧେଶ୍ୟ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାଟି ବିଦ୍ୟାଳୟରୁ ବାହାରି ଲାଦେର ପାଲି  ଗାଁ ପରିକ୍ରମା କରିଥିଲା। ଯାହା ଏବେ ସମଗ୍ର ରାଜ୍ୟକୁ  ଉଦାହରଣ ସୃଷ୍ଟି କରିବ । ଖାଲି ସେତିକି ନୁହେଁ ନିଜ ଅଞ୍ଚଳକୁ ନିଜ ଦାଇତ୍ୱରେ ସଫା ରଖିବା ଏକ କର୍ତ୍ତବ୍ୟ ନିଷ୍ଠା ମନୁଷ୍ୟର ଉଦାହରଣ ବୋଲି କୁହାଯାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଆଜିର ଏହି ସ୍ଵଚ୍ଛ ସପ୍ତାହରେ ବିଗତ ଦିନରୁ ସ୍ଵଚ୍ଛ ସପ୍ତାହ  ମହାସଫେଇ  ଅଭିଯାନ ହୋଇଯାଇଛି ।   ସରକାରଙ୍କ ଠାରୁ ଆର୍ଥିକ ସହଯୋଗ ଆଶା ନରଖି ନିଜ କାମ ନିଜେ କରି , ନିଜଠୁ ଆରମ୍ଭ କରିବା ସହ ପଡା,ସାଇ,ଗାଁ,ବ୍ଲକ ଧୀରେ ଧୀରେ ସ୍ଵଚ୍ଛତା ପକ୍ଷ ପ୍ରତିଟି କୋଣ ଅନୁକୋଣରେ ଏହି ବାର୍ତ୍ତା ପହଞ୍ଚାଇବ ମୁଖ୍ୟ ଲକ୍ଷ୍ୟ ରହିଛି । ଗାନ୍ଧିଜୀ ଙ୍କ ସୁନାର ଭାରତ କୁ ସ୍ଵଚ୍ଛ ଓ ନିର୍ମଳ କରିବାକୁ ଆମ ସହର ଦାଇତ୍ୱ ଆମର କମିଟି ତଥା ଛାତ୍ର ଛାତ୍ରୀ ମାନଙ୍କର ମିଳିତ ପ୍ରୟାସ ସମସ୍ତଙ୍କ ପାଇଁ ନୁଆ ସମ୍ଭାବନା ଯୋଗାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

N das
Atabira news
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts