Breaking News

ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


କୋଣାର୍କ---- ସୋମବାର କୋଣାର୍କ ନିକଟ ଜୁଣେଇସ୍ଥିତ ଭୈରବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରଠାରେ ନୂତନ ସିଆରସିସି ରବୀନ୍ଦ୍ରନାଥ ବାହିନୀପତିଙ୍କୁ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବରିଷ୍ଠ ପ୍ରଧାନଶିକ୍ଷକ ଗୋପିନାଥ ଜେନାଙ୍କ  ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୌରୋହିତ୍ୟ କରିଥିଲେ  । ସମାଜସେବୀ ରାମକୃଷ୍ଣ ମହାନ୍ତି, ପ୍ରଧାନଶିକ୍ଷକ ସମ୍ରାଟଭଂଜ ଭୋଇ, ରାମଚନ୍ଦ୍ର ଶତପଥୀ, ସୁବାସଚନ୍ଦ୍ର ବଡପଣ୍ଡା, ହୃଦୟ କୁମାର ବଡପଣ୍ଡା, ବାଲୁଙ୍କେଶ୍ୱର ବାରିକ, ହୃଦାନନ୍ଦ ବିଶ୍ୱାଳ, ଜ୍ଞାନାନନ୍ଦ ମିଶ୍ର, ବାନାମ୍ବର ବେହେରା,ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଦେବୀ, ବିନୋଦିନୀ ତ୍ରିପାଠୀ, କାଜଲବାଳା ପରିଡା, ଜ୍ୟୋତ୍ସ୍ନାରାଣୀ ଜେନା, ସହକାରୀ ଶିକ୍ଷୟିତ୍ରୀ ଗୀତାଂଜଳି ନାୟକ ଓ ରେଖା ଦେଇ ପ୍ରମୁଖ ଯୋଗଦେଇ ସିଆରସିସି ଶ୍ରୀଯୁକ୍ତ ବାହିନୀପତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ବାହିନୀପତି ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇବା ସହିତ ଏହି କ୍ଲଷ୍ଟରରେ ସମସ୍ତ ସ୍କୁଲର ଭୌତିକ ଓ ଶୈକ୍ଷିକ ପରିବେଶର ଆଦି ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି   ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts