 |
Sakhigopal news |
ସାକ୍ଷୀଗୋପାଳ ---- ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ୱଚ୍ଛତା ଦିବସ ପକ୍ଷ ପାଳନ କରାଯାଉଛି । ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ସିପେଟ ଲାରପମ୍ ସଂସ୍ଥା ପକ୍ଷରୁ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସ୍ମୃତି ଭବନ ପରିସରରେ ଗୁରୁବାର ଦିନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋପବନ୍ଧୁଙ୍କ ଷଠିଘରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ସ୍ୱଚ୍ଛତା ଓ ପ୍ଳାଷ୍ଟିକର ସଠିକ ବ୍ୟବହାର ଓ ପୁନଃ ପ୍ରକିୟା କରଣକୁ ନେଇ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନୋଡାଲ ଅଫିସର ଦୀଲିପ କୁମାର ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ଳାଷ୍ଟିକ ଅଦରକାରୀ ନୁହେଁ, ଏହାର ସୁପରିଚାଳନା ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ପରେ ପରେ କଳାପାହଡ , ସୁଆଣ୍ଡୋ, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ଳାଷ୍ଟି୍କ ସମ୍ବନ୍ଧୀୟ ଗବେଷଣାରତ ଛାତ୍ର ଛାତ୍ରୀ, ଗ୍ରାମବାସୀ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ଲେଖା ଥିବା ପ୍ଳାକାର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ଳାଷ୍ଟିକର ସଠିକ ବିନିଯୋଗ ଉପରେ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା । ଅନୁଷ୍ଠାନର ଟେକେନିକାଲ ଅଫିସର ଡ. ମନୋରଞ୍ଜନ ବିଶ୍ୱାଳ ପ୍ଲାଷ୍ଟିକର ପ୍ରକିୟା କରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଡ. ଶ୍ରବଣ କୁମାର ଓ ରାଜେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସେୁତନତା ର୍ୟାଲି କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ଓ ଗ୍ରାମ ଛକରେ ଡଷ୍ଟବିନ ରଖାଯାଇଥିଲା । ଶେଷରେ ଜୀବନ ଜ୍ୟୋତି ଦାଶ ଧନ୍ୟବାଦ ଦେଇଥିଲେ । ସେହିପରି ପ୍ରତିଯୋଗିତାରେ ସଫଳ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସୁଆଣ୍ଡୋଠାରେ ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଉଦ୍ଯାପନ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି