|
Sakhigopal news |
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସୋମବାର ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଶନ କାର୍ଡ, ବିଦ୍ୟୁତ, ଡ୍ରେନେଜ, ଭର୍ତ୍ତା, ଆବସ ଯୋଜନା, ଘରଭଙ୍ଗା କ୍ଷତିପୂରଣ, ଆବସ ଯୋଜନାରେ କାମ କରି ବିଲ ପାଉନଥିବା , ଶିକ୍ଷ. ରାସ୍ତା, ଆଦି ସମ୍ପର୍କରେ ୧୩୮ଟି ଅଭିଯୋଗ ଆସିଥିଲା । ଗୋଟିଏ ମାତ୍ର ଅଭିଯୋଗ ଫଇସଲା ହୋଇ ପାରିନଥିଲା ବେଳେ ଅଭିଯୋଗ କାରୀ ମାନଙ୍କୁ କେବଳ ମାତ୍ର ଚିରୁକୁଟି ଦେଇ ୧୫ ଦିନ ପରେ ଆସିବ ବୋଲି କହି ବିଦାୟ କରାଯାଇଥିବାର ଦେଖାଯାଇଥିଲା । ଜନଶୁଣାଣି ଆରମ୍ଭରୁ ଚନ୍ଦନପୁର ଥାନା ଅନ୍ତର୍ଗତ ବୁଡାଲିଙ୍ଗସାହିର ଚନ୍ଦ୍ରମଣୀ ମହାପାତ୍ର ( ୮୦) ବର୍ଷ ତାଙ୍କୁ ତାଙ୍କର ପୁଅ, ବୋହୁ ମାଡ ମାରି ଅସ୍ୟଭ ଭାଷାରେ ଗାଳି ଗୁଳଜ କରୁଛନ୍ତି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ନ ପାଇଥିବା ଅଭିଯୋଗ ଆଣିଛନ୍ତି । ବହୁ ଚର୍ଚ୍ଚିତ ପଟ୍ଟନାୟିକିଆ ଟ୍ରିପୁଲ ମର୍ଡର କେସର ସଠିକ ତଦନ୍ତ ଓ ଅଭିଯୁକ୍ତ ମାନଙ୍କୁ ଧରାଯାଉନାହିଁ ବୋଲି ସୁକାନ୍ତି ବେହେରା ଆଜି ଉପଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଆଣିଥିଲେ । ଏପରିକି ୪ଜଣ ଅଭିଯୁକ୍ତ ଘରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବୁଲିବା ସହ ଆମକୁ ଧମକ ଚମକ ଦେଉଥିବା ମହିଳା ମାନେ କହିଥିଲେ । ଆବାସ ଯୋଜନା ୱାର୍କ ଅର୍ଡର ପାଇଛି ଜଣେ ବ୍ଳକ ପକ୍ଷରୁ ଅନ୍ୟ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ ଆସିଥିଲା । ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ଅସହାୟ ପ୍ରକାଶ କରିଛନ୍ତି । ଯାହାକି ଉପଜିଲ୍ଲାପାଳ ଭବତରଣ ସାହୁ ଏହା ଦେଖିମଧ୍ୟ ଆଚାର୍ଯ୍ୟ ହୋଇଛନ୍ତି । ସୁଚନାଯୋଗ୍ୟ ଯେ ଅଳଗୁମ ଗ୍ରାମ ପଞ୍ଚାୟତର ପ୍ରଦୀପ ପ୍ରଧାନ ବାଟୁଳିପଡା ଗ୍ରାମର ଦୁଇ ବର୍ଷ ହୋଇଗଲା ଆବାସ ଯୋଜନା ପାଇ କିପିର ହଇରାଣ ଭୋଗୁଛନ୍ତି ସେ ସମ୍ପର୍କରେ କହିଥିଲେ । ଜନଶୁଣାଣି ଗରିବ ମାନଙ୍କ ପାଇଁ ପ୍ରଶାସନର ଏକ ଉପହାସ ବୋଲି ପ୍ରଦୀପ କହନ୍ତି । ସେହିପରି ବରାଳ ଗ୍ରାମର ଶିବ ସ୍ୱାଇଁ ଆବାସ ଯୋଜନା କରିବା ପାଇଁ ଅନୁମତି ପାଇଲେ । ମାତ୍ର ପଇସା ବ୍ଳକ ପ୍ରଶାସନ ଅନ୍ୟ ଜଣଙ୍କ ଆକଉଣ୍ଟ ଦେଉଛନ୍ତି । ଏ ବିସୟରେ ପଚାରିଲେ ଅଧିକାରୀ ମାନେ କହୁଛନ୍ତି ତମେ ତାଙ୍କ ଠାରୁ ପଇସା ନେଇଯିବ ଆମେ କହିଛୁ । ଏହା ହୋଉଛି ସତ୍ୟବାଦୀ ବ୍ଳକ ଓ ଜିଲ୍ଲା ପ୍ରଶାସନର ନୀତି ନିୟମ । ସେହିପରି ଆଳିସ ଗ୍ରାମ ପଞ୍ଚାୟତର ଆଳିସ ଗ୍ରାମର ଜୟଶ୍ରୀ ଜେନା ,ସ୍ୱାମୀ ଦିଜବର ଜେନା ୨୦୧୬-୨୦୧୭ ଆର୍ଥିକ ବର୍ଷରେ ଆବାସ ଯୋଜନା ତାଲିକାରେ ନାମ ରହିଥିଲା । ମାତ୍ର ତାଙ୍କ ନାମ ବଦଳରେ ଚୁରାଳି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ବିଶେଷଙ୍କୁ ଆବାସ ଯୋଜନା ଦିଆଯାଇଛି ବୋଲି ଆଜି ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜୟଶ୍ରୀ ଜେନା ଲିଖିତ ଭାବରେ ଜଣାଇଥିଲେ । ସାକ୍ଷୀଗୋପାଳ ବଜାର କିମଟି ବ୍ୟବସାୟୀ ସଂଘ ପକ୍ଷରୁ ବୀରେନ୍ଦ୍ର ଭୂଷଣ ହୋତା, ଶଙ୍କର ପ୍ରଧାନ, ବାବନ ବରାଳଙ୍କ ସହିତ ଅନ୍ୟମାନେ ବଡବଜାର ମଧ୍ୟରେ ଜମୁଥିବା ପାଣି ନିଷ୍କାସନ କରିବା ପାଇଁ ଅଭିଯୋଗ କରିଥିଲେ । କେତକୀପାଟଣା ଗ୍ରାମର କ୍ଷେତ୍ରମଣି ମହାନ୍ତି ୭୦ ବର୍ଷ ବିଧବା ତଥାପି ତାଙ୍କୁ ଭର୍ତ୍ତା ମିଳୁନାହିଁ । ଏହି ଜନଶୁଣାଣିରେ ଏଡିଏମଓ ବିରଜା ଶଙ୍କର ରଥ, ଡିପିସି ସୌନ୍ଦଜ୍ୟ ମଞ୍ଜରୀ ଦାସ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଜିଲ୍ଲାପାଳଙ୍କ ଅଭିଯୋଗ ଅଧିକାରୀ ମନୋଜ କୁମାର ନାୟକ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବାର ଦେଖାଯାଇଥିଲା
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି