ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ମୁଣ୍ଡ ଉପରେ ବିପଦ
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ବିଦ୍ୟୁତ ସମସ୍ୟାକୁ ନେଇ ଲୋକେ ଅତିଷ୍ଠ ହେଇ ପଡିଲେଣି । କେଉଁଠି ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ତାର ତ ଆଉ କେଉଁଠି ଘର ପାଖରେ ଓହଳିଛି ବିଦ୍ୟୁତ ତାର । ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଆଜି ପର୍ଯନ୍ତ କୌଣସି ସୁଫଳ ମିଳିପାରିନାହିଁ ବୋଲି ଲୋକମାନେ କହନ୍ତି । ସେହିପରି କୋମଳ ମତି ଛାତ୍ରଛାତ୍ରୀଙ୍କ ଜିବନ ସହ ବିଦ୍ୟୁତ ବିଭାଗ ଅଧିକାରୀ ମାନେ ଖେଳିବାକୁ ପଛାଇ ନାହାନ୍ତି । ସୁଚନା ଯୋଗ୍ୟ ଯେ ଲାଦେର ପାଲି ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ମୁଣ୍ଡ ଉପରେ ମେନ ଲାଇନ ତାର ଓ ଖୁଣ୍ଟ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଦୀର୍ଘବର୍ଷରୁ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।କେତେବେଳେ ଯେ ପିଲାମାନେ ଦୁର୍ଘଟଣାର ଶିକାର ହେବେ କିଛି କହିହେଉନାହିଁ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ଟିକେଲାଲ ଚାନ୍ଦ କହନ୍ତି। ଏନେଇ ବାରମ୍ବାର ସ୍ଥାନୀୟ ବିଭାଗୀୟ ତଥା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ଜନ ପ୍ରତିନିଧି ମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି । ତୁରନ୍ତ ପଦକ୍ଷେପ ର ପ୍ରତିଶୃତି ଦେଇ ଭୁଲିଯାଉଛନ୍ତି ବୋଲି ଅବିଭାବକ ମାନେ କହନ୍ତି। ଏବେ ପୁଣି ରାଜରାସ୍ତାରୁ ଅରବିନ୍ଦ ସ୍କୁଲ ହେଇ ଲାଦେରପାଲି ଗାଁ ରାସ୍ତାକୁ ଯିବାବେଳେ ଛକରେ ଡାହାଣ ପଟ ବିଦ୍ୟୁତ ଖୁଣରୁ ସବୁଦିନ ସ୍ପାର୍କ ହେଇ ନିଆଁ ପଡିବା ସହ ପକ୍ଷୀ ଗୁଡ଼ାକ ମରି ପଡୁଥିବା ସ୍ଥାନୀୟ ଦୋକାନୀ ତଥା ରାସ୍ତାରେ ଯିବାଆସିବା ଲୋକମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନାହିଁ। ତେବେ ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ନଚେତ ଆଗାମୀ ଦିନରେ ଯଦି କୌଣସି ଅଘଟଣ ଘଟେ ତେବେ ପ୍ରଶାସନ ଓ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି ଲୋକେ କହନ୍ତି।