Breaking News

ରାୟଖଣ୍ଡୀ ପଞ୍ଚାୟତରେ ହୋଇଥବା ଦୁର୍ନୀତି ବିରୋଧରେ ପିଡିଙ୍କ ପାଖରେ ଅଭିଯୋଗ

 ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ରାୟଖଣ୍ଡୀ ଗ୍ରାମ ପଞ୍ଚାୟତରେ ହୋଇଥବା ଦୁର୍ନତୀ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ପାଖରେ ପଞ୍ଚାୟତର ନ୍ୟାୟବ ସରପଞ୍ଚ ପ୍ରଫୁଲ ମହାପାତ୍ରଙ୍କ ନେତୃତ୍ୱରେ ଓ ୱାର୍ଡସଭ୍ୟସଭ୍ୟା ଓ ପଞ୍ଚାୟତ ଅଧିବାସୀ ମାନେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରେ ସେମାନେ ଉଲ୍ଳେଖ ରହିଛି ଯେ ପଞ୍ଚାୟତ ବୈଠକ ସଠିକ ହୋଉନାହିଁ, ଖାଲି କାଗଜରେ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ଠାରୁ ଦସ୍ତଖତ କରାଯାଉଛି, ଏପରିକି ୱାର୍ଡ ସଭ୍ୟସଭ୍ୟା ନ ଜାଣି ପ୍ରକଳ୍ପ କରାଯାଉଛି । ୱାର୍ଡ ଗୁଡିକରେ ସେପରି କୌଣସି ଆଖି ଦୃଶିଆ କାମ କରାଯାଉନାହିଁ  । ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଉନ୍ନୟନ ଯୋଜନା ପତ୍ର କୌଣସି ୱାଡ ସତ୍ୟ ମାନେ ଜାଣିବାରୁ ବଞ୍ଚିତ ହୋଉଛନ୍ତି । ସେମାନଙ୍କୁ ଆନ୍ଦାର ମଧ୍ୟରେ ରଖାଯାଉଛି । ପୟ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତକୁ ପ୍ରତିଦିନ ଆସନ୍ତି ନାହିଁ  । ସେହିପରି ଜିଆରଏସ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସିବାରୁ ଲୋକମାନେ ଏନଆରଜିଆରଏସ ଅର୍ଥ ପାଇବାରୁ ବଞ୍ଚିତ ହୋଉଛନ୍ତି ବୋଲି  ଉଲ୍ଲେଖ କରିବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ନଜର ଦେବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ପତ୍ରରେ ୱାଡ ସଭ୍ୟ ସତ୍ୟନାରାୟଣ ବରାଳ, ଗୌରାଙ୍ଗ ପ୍ରଧାନ, ସଭ୍ୟା ପ୍ରତିମା ନାୟକ, ଅପନୀ ସେଠୀ ଓ ରଜଂନା ସେଠୀ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts