ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟିର ପରିଦର୍ଶନ ପରେ ମରୈଗାଁ-ବଳିପୁର ରାସ୍ତାକାମ ଆରମ୍ଭ
ହାଟଡ଼ିହି----- ରାଜ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥବା କାମ କେତେ ଦିନ ଯାଏ ତାହା ଏବେ ହାଟଡିହି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରୁ ଜଣାପଡିଛି । ହଜାର ନୁହେଁ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଉଛି ମାତ୍ର କାମ ସରିବା ପରେ ରାସ୍ତାର ଅବସ୍ଥା ଯାହା ଥିଲା ତା ଠାରୁ ଆହୁରି ଅଧିକ ଖରାପ ହୋଉଛି । ସୁଚନାଯୋଗ୍ୟ ଯେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟିର ମରୈଗାଁ ବଳିପୁର ରାସ୍ତା ପରିଦର୍ଶନ କରିବା ପରେ ବିଭାଗ ପକ୍ଷରୁ ପୁନର୍ବାର ରାସ୍ତାକାମ ଆରମ୍ଭ ହୋଇଛି । ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ମରୈଗାଁରୁ ବଳିପୁର ପର୍ଯ୍ୟନ୍ତ ରାସ୍ତା କାମ ହେବାର କିଛିଦିନ ପରେ ରାସ୍ତାରୁ ପିଚୁ ଉଠିଯିବା ସହିତ ଖାଲଖମାରେ ରାସ୍ତାଟି ପରିପୁର୍ଣ୍ଣ ହୋଇଯାଇଥିଲା । ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ ଏନେଇ ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରିବାପରେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅକ୍ଷୟ ସାହୁ, ସଦସ୍ୟା ଡଲି ପାତ୍ର, ଜୟାପ୍ରଦା ସା, ମାନସ କୁମାର ବେହେରା, ବିନୟ କୁମାର ସାହୁ ଓ ବିଭିନ୍ନ ବିଭାଗର ନିର୍ବାହୀ ଅଧିକାରୀମାନେ ଏହି ରାସ୍ତା ପରିଦର୍ଶନ କରି ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେମାନଙ୍କ ପରାମର୍ଶ କ୍ରମେ ଆଜିଠାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କ ମାଧ୍ୟମରେ କାମ ଆରମ୍ଭ କରାଯାଇଛି । ରାସ୍ତାର ସମ୍ପୁର୍ଣ୍ଣ ପିଚୁ ଉଠାଯାଇ ପୁନର୍ବାର ଡବ୍ଲୁ.ଏମ.ଏମ ପକାଯାଇ ପିଚୁ କରାଯିବାର ବ୍ୟବସ୍ଥା କରାଯାଇଛି । ଆଜି ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ବିନୋଦ ବିହାରୀ ପଟ୍ଟନାୟକ, ଉପନିର୍ବାହୀଯନ୍ତ୍ରୀ ଉମାକାନ୍ତ ନାୟକ, କନିଷ୍ଠଯନ୍ତ୍ରୀ ସୂର୍ଯ୍ୟମଣୀ ସାମଲ ପ୍ରମୁଖ ଉପସ୍ଥିତ ରହି ରାସ୍ତାକାମ ତଦାରଖ କରୁଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
![]() |
hatadhi News |