 |
Baragada News |
ବରଗଡ --- ବରଗଡ ଜିଲ୍ଲାର ଏସ୍ ଡୁମ୍ବେରପାଲି ପଞ୍ଚାୟତ ନୂଆପାଲି ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଚାଷୀ ହେଲେ ରସିକ ସାହୁଙ୍କ ପୁତ୍ର ମହେନ୍ଦ୍ର ସାହୁ (୩୭) । ଏ ନେଇ ବୁର୍ଲା ମେଡିକାଲ ଫାଣ୍ଡିରେ ଏକ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ମହେନ୍ଦ୍ର ତାଙ୍କର ୨ ଏକର ବିଲରେ ଧାନ ଚାଷ କରିବା ପାଇଁ ହାତ ଉଧାର କରିଥିଲେ । ୨୦୧୮ ରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଥିଲା । ଏହି କ୍ଷତି ପୂରଣ ବା ବୀମାରେ ଅନ୍ୟ ଚାଷୀ ମାନେ ଅନ୍ତଭୁକ୍ତ ହୋଇ କ୍ଷତିପୂରଣ ପାଇଥିବା ବେଳେ ମହେନ୍ଦ୍ରକୁ ସେଥିରୁ ବାଦ କରାଯାଇଥିଲା । ଫଳରେ ପରବର୍ତ୍ତୀ ଫସଲ ପାଇଁ ସେ କୃଷିଋଣ ପାଇଁ ସମବାୟ ସମିତିକୁ ଯାଇ ନିରାଶ ହୋଇ ଫେରିଥିଲା । ଅନ୍ୟପକ୍ଷେ ମହାଜନୀ ଟଙ୍କା କରଜ କିପରି ସୁଝିବ ଆଦି ଚିନ୍ତାରେ ରହୁଥିବା ତାଙ୍କ ସାଥୀ ଚାଷୀମାନେ କହନ୍ତି । ଘରେ ଥୁଆ ହୋଇଥିବା କୀଟନାଶକ ପିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବରଗଡଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବଳେ ମହେନ୍ଦ୍ରର ମୃତ୍ୟୁ ହୋଇଯାଇଛି । ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ତୁରନ୍ତ ମୃତ ଚାଷୀ ପରିବାରକୁ କ୍ଷତିପୂରଣ ଦେବାପାଇଁ ଦାବି କରାଯାଇଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପାଟ