Breaking News

ନାବାଳିକା ଛାତ୍ରୀ ଗର୍ଭବତୀ ; ପ୍ରଧାନ ଶିକ୍ଷକ ଥାନାରେ ଦେଲେ ଏତଲା


   କନ୍ଧମାଳ-------  କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ପୁଣି ଜଣେ ନା ବାଳିକା ଗର୍ଭବତୀ ହୋଇଛନ୍ତି । ବିଶେଷ କରି ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଏହି ଘଟଣା ଘଟୁଛି ।  ସଚେତନତା ଅଭାବରୁ ଏହି ଘଟଣା ଘଟୁଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ସୁଚନା ଯୋଗ୍ୟ ଯେ ଏକ  ଉଚ୍ଚ ବିଦ୍ୟାଳୟରେ   ଜଣେ ନାବାଳିକା ଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ହଠାତ ତାଙ୍କର ଦେହ ଖରାପ ହେବା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ମାତ୍ର ପ୍ରଧାନ ଶିକ୍ଷକ ଶ୍ରୀ ହରିଶ ଚନ୍ଦ୍ର ପ୍ରଧାନ ନା ବାଳିକା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ବେଳେ ଜାଣିବାକୁ ପାଇଲେ ଛାତ୍ରୀ ଜଣଙ୍କ  ଗର୍ଭବତୀ  ଅଛନ୍ତି । ଏଣୁ ସେ ବାଲିଗୁଡା ଥାନାରେ ଏତଲା ଦେଇଥିଲେ  । ଏହାକୁ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା କେଶ ନମ୍ବର ୧୧୬/୧୯ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି  ।  ଅନ୍ୟ ପକ୍ଷେ ଶୁଣିବାକୁ ମିଳୁଛି ଯେ ନାବାଳିକା ସହିତ ଯୁବକଙ୍କର ବିଭାଘର ପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତା ହୋଇ  ନିର୍ବନ୍ଧ ହୋଇଥିଲା ବୋଲି ପରିବାରଙ୍କ ତରଫରୁ ଜଣା ପଡ଼ିଛି ।

କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts