ନୟାଗଡ ଆରକ୍ଷୀ ପ୍ରଶିକ୍ଷଣ କେନ୍ଦ୍ରରେ ଦୀକ୍ଷାନ୍ତ ସମାରୋହ
ନୟାଗଡ଼,------ନୟାଗଡ ଆରକ୍ଷୀ ପ୍ରଶିକ୍ଷଣ କେନ୍ଦ୍ରସ୍ଥିତ ପ୍ୟାରେଡ଼ ପଡ଼ିଆରେ ଦୀକ୍ଷାନ୍ତ-୨୦୧୯ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶଶୀଭୂଷଣ ଶତପଥୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜୁ ପୋଲିସ ଏକାଡେମୀର ନିର୍ଦେଶକ ତଥା ରାଜ୍ୟ ପୋଲିସ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ।
ସୂଚନାଯୋଗ୍ୟ ଯେ ଗତ ୨୨.୦୧.୨୦୧୯ରୁ ୨୩୦ ଜଣ ପୁରୁଷ କନେଷ୍ଟବଳ ଏବଂ ୧୫୦ଜଣ ମହିଳା କନେଷ୍ଟବଳ ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିଲେ।ଏଥିରେ ଶାରୀରିକ ଦକ୍ଷତା, ଅସ୍ତ୍ରଶସ୍ତ୍ର ଚାଳନା,ଆଇନ ଶୃଙ୍ଖଳା ତଥା ମହିଳା ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତାଲିମ ନେଉଥିଲେ।ସେମାନଙ୍କ ତାଲିମ ସମାପ୍ତ ହେବା ପରେ ଆଜି ଏହାର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ କନେଷ୍ଟବଳମାନେ ଓଡିଶା ପୋଲିସର ମେରୁଦଣ୍ଡ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।ରାଜ୍ୟସରକାରଙ୍କ ପଞ୍ଚସୂତ୍ରୀ ମନ୍ତ୍ର ସମ୍ପର୍କରେ ସଚେତନ କରାଇଥିଲେ। ତ୍ୟାଗ ଓ ସେବା ମନୋବୃତ୍ତି ସହ ନିଜକୁ ଉତ୍ସର୍ଗୀକୃତ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ଉତ୍ସାହିତ କରିଥିଲେ।ସମସ୍ତେ ବୈଷୟିକ ଜ୍ଞାନ ହାସଲ କରିବାକୁ ଆହ୍ୱାନ କରିଥିଲେ। ଏବର୍ଷ ଠାରୁ କନେଷ୍ଟବଳ ମାନଙ୍କୁ ଅପରାଧ ଅନୁସନ୍ଧାନ କ୍ଷମତା ଦିଆଯାଇଥିବାରୁ ନିଜର ଗୁରୁତ୍ୱ ବଢ଼ିବା ସହ ଦାୟିତ୍ବବୋଧ ହେବାପାଇଁ କହିଥିଲେ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ନୟାଗଡରୁ ସୁଦୀପ୍ତ କୁମାର ଦଳେଇ