Breaking News

ବିଜେପି ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ


D Senapati
Sakhigopal news
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକରେ ଦେଖାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବିରେ ବିଜେପି ପକ୍ଷରୁ ଏକ ଦାବିପତ୍ର ବିଡିଓଙ୍କୁ ଶୁକ୍ରବାର ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ନେତା ଜାନକି ବରାଳଙ୍କ ଠାରୁ ସୂଚନା ମିଳିଛି ।  ସୁଚନାଯୋଗ୍ୟ ଯେ ବାତ୍ୟା ପରଠାରୁ ବ୍ଳକରେ ଏକ ଚାଟିଆ କାରବାର ଚାଲିଛି । ଯାହାକି ଗରିବ ଓ ଜନସାଧାରଣ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି । ଏହାକୁ ପାଥେୟ କରି ସତ୍ୟବାଦୀ କଲ୍ୟାଣ ମଣ୍ଡପ ପରିସରରେ  ସତ୍ୟବାଦୀର ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ଓ ପ୍ରମୁଖଙ୍କୁ ନେଇ ଏକ ଆଲେଚନା କରାଯିବ । ତାପରେ ସେଠାରୁ ଏକ ଶୋଭାଯାତ୍ର ବାହାରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି  ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts