 |
kandhamala news |
କନ୍ଧମାଳ-----ସରକାର ଅନୁସୂଚିତ ଜନଜାତି ,ଜାତି ଛାତ୍ର,ଛାତ୍ରୀମାନଙ୍କ ପାଇଁ ପଢିବା,ଭଲ ଖାଦ୍ୟ,ପିନ୍ଧିବା ଓ ଅନ୍ୟାନ ଉପକରଣ ଯୋଗାଇ ଦେଇଥାନ୍ତି ରାଜ୍ୟ ସରକାର । କିନ୍ତୁ କିଛି ଲୋଭି ଶିକ୍ଷକଙ୍କ ପାଇଁ ସରକାରଙ୍କ ଯୋଜନା ବିଫଳ ହୋଉଥିବା ଅଭିଯୋଗ ହୋଇଛି । ଦାୟିତ୍ୱରେ ଥିବା ଶିକ୍ଷକ ମାନେ ନିମ୍ନମାନର ଖାଦ୍ୟ,ସାବୁନ,ତେଲ,ପେଷ୍ଟ ,ଡ୍ରେସ,ଚପଲ ଦେଇ ବଳକା ହଜାର,ହଜାର ଟଙ୍କାକୁ ଅତ୍ମସାତ କରୁଥିବା ଅଭିଯୋଗ ହୋଇଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ।ବିନା ଡ୍ରେସ କୋଡରେ ପ୍ରଧାନ ଶିକ୍ଷକ ସ୍କୁଲ ପରିସରରେ ଥିବା ବାଳିକା ହଷ୍ଟେଲ ଭିତରକୁ ପ୍ରବେଶ କରି ବିନା ଦିଧ୍ବାରେ ଯିବା,ଆସିବା କରୁଛନ୍ତି । ସରକାରଙ୍କ ପକ୍ଷରୁ ସ୍କୁଲ ହଷ୍ଟେଲ ଗୁଡିକର ଖାଦ୍ୟ ଖାଇବା ସମୟ ସକାଳ୯.୧୫ ରଖାଯାଇଥିଲେ ମଧ୍ୟ ଛାତ୍ର,ଛାତ୍ରୀ ମାନଙ୍କୁ ୯.୪୦ମିନଟରେ ଖାଦ୍ୟ ଦିଆ ଯାଇଥିଲା ତାହା ପୁଣି ମେନ୍ୟୁ ଚାର୍ଟ ଅନୁସାରେ ଅଣ୍ଡା ତରକାରୀ,ଡାଲି,ଭାତ ଦେବାକଥା କିନ୍ତୁୁ ପତଳା ଡାଲି,ଅଣ୍ଡା ଏକ ଫାଳ ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ସମୟ ସକାଳ ୧୦.୧୫ ସୁଧା ସ୍କୁଲରେ ପ୍ରାର୍ଥନ ହୋଇନଥିଲା ଓ ଫାଟକରେ ତାଲା ପଡିଥିବାରୁ କିଛି ଛାତ୍ର,ଛାତ୍ରୀ ସ୍କୁଲ ବାହାରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଦୁବ୍ୟବହାର ପ୍ରର୍ଦଶନ କରିଥିଲେ । ପୋଲିସ,DWEO ଅନୁମତି ଆଣିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ।
ଗ୍ରାମବାସୀମାନେ କହନ୍ତି ଏହା ପ୍ରଧାନ ଶିକ୍ଷକଙ୍କ ସବୁଦିନିଆ ଅଭ୍ୟାସ ସେ ସବୁବେଳେ ପିଲାମାନଙ୍କୁ ଡରାଇ,ଧମକାଇ,ମାଡମାରିଥାନ୍ତି ତେଣୁ ଭୟଭିତ ହୋଇ ପିଲାମାନେ କୈଣସି ବିଷୟ ବାହାରେ ପ୍ରକାଶ କରନ୍ତି ନାହିଁ । ପ୍ରଧାନ ଶିକ୍ଷକ ହିଟଲର ଶାସନ ଚଳାଇଥାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଜଣେ ଶିକ୍ଷକ ହୋଇ ଛାତ୍ରୀ ମାନଙ୍କ ପାଖରେ ରହିବା ଓ ଛାତ୍ରୀ ମାନଙ୍କ କଥା ବୁଝିବା କେତେଦୂର ଠିକ ତାହା କେବଳ ଜିଲ୍ଲା ପ୍ରଶାସନ କହିପାରିବ । କେବେ ଏହି ଛାତ୍ରୀ ନିବାସ ର ଅନ୍ତୋବାସୀ ମା ହେବେ ସେ ସମୟକୁ ଅପେକ୍ଷା । ସମସ୍ତ ଘଟଣା ତଦନ୍ତ କରାଯାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ପ୍ରସାଶନ ନିକଟରେ ଦାବୀ କରିଛନ୍ତି । କନ୍ଧମାଳରୁ ମନୋଜ କୁମାର ପଣ୍ଡା