Breaking News

ଭାର୍ଗବୀ ସେବା ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣ

ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଢ଼େଇକେରା ଗ୍ରାମର ଭାର୍ଗବୀ ସେବା ସଙ୍ଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ଯୋଡାଲିଙ୍ଗ ମହାଦେବଙ୍କ ମନ୍ଦିର କୋଠଘର ପରିସରରେ ସୋମବାର  ସଙ୍ଗଠନର ଦ୍ୱିତୁୀୟ ବାର୍ଷିକ ଉତ୍ସବ  ଉପଲକ୍ଷେ ଏକ ସଭାର ଆୟାଜନ କରାଯାଇଥିଲା  ।  ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବେ ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ,  ସମ୍ମାନିତ ଅତିଥି ଭାବେ ହରିଆନାରୁ ଆସିଥିବା ସ୍ୱେଚ୍ଛାସେବି କର୍ମି ଲକ୍ଷ୍ମୀଧର ସିଂହ , ଦୀଲ୍ଲିରୁ ଆସିଥିବା ସୋସିଆଲ କର୍ମି ପ୍ରକାଶ ପାଣି ଓ ଅନ୍ନପୂର୍ଣ୍ଣା ପରିଡା  ଯୋଗଦେଇ ଯୁବକ ମାନେ ଦେଶ ସେବାପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ମତ ପ୍ରକାଶ କରିଥିଲେ  । ଅନ୍ୟତମ ସମ୍ମାନୀତ ଅତିଥି  କୈଳାସ ଚନ୍ଦ୍ର ମହାପାତ୍ର ଦେଶାତ୍ୱ ବୋଧକ ସଙ୍ଗିତ ଗାନ କରିଥିଲେ  । ସୁକାନ୍ତ ପ୍ରଧାନ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ  । ଅନୁଷ୍ଠାନର ସଭାପତି ଅଜୟ କୁମାର ପ୍ରଧାନ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ  । ସତ୍ୟନାରାୟଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଦାଧର ମଲିକ ଧନ୍ୟବାଦ ଦେଇଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Dsenapati
Sakhigopal News

Blog Archive

Popular Posts